Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ଖୋଲିବ ନୂଆ ସାଇବର କୋର୍ଟ

ଭୁବନେଶ୍ୱର, 9ମେ- ଓଡ଼ିଶାରେ ଖୋଲିବ ନୂଆ ସାଇବର କୋର୍ଟ । ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ସ୍ବତନ୍ତ୍ର କୋର୍ଟ । ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଚାରପତିଙ୍କ ସାଇବର ଆଇନ ଓ ଟେକ୍ନୋଲୋଜି ବିଷୟରେ ବିଶେଷ ଜ୍ଞାନ ରଖିବେ । ଏହାଦ୍ୱାରା ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ । ମହିଳାଙ୍କ ପାଇଁ ସ୍ବତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।



