ଓଡ଼ିଶାଭକ୍ତିମୁଖ୍ୟ ଖବର

ଲଣ୍ଡନରେ ଇସ୍କନର ଅଦିନିଆ ସ୍ନାନଯାତ୍ରା

ମହାପ୍ରଭୁଙ୍କ ପରମ୍ପରା ଅସମ୍ମାନ ଅଭିଯୋଗ

ଲଣ୍ଡନ: ପୁଣିଥରେ ଇସ୍କନକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ବିବାଦ ଦେଖାଦେଇଛି। ଲଣ୍ଡନ ନିକଟ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଆଜି ଅଦିନିଆ ସ୍ନାନଯାତ୍ରା ଆୟୋଜନ କରାଯାଇଛି। ଏହାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଇସ୍କନ ପକ୍ଷରୁ ଏହାର ୱେବସାଇଟ ଓ ସୋସିଆଲ ମିଡିଆ ପେଜରେ ଦିଆଯାଇଥିବା ସୂଚନା ଅନୁସାରେ, ଭାରତୀୟ ସମୟ ଅନୁଯାୟୀ ଦିନ ପ୍ରାୟ ୧ଟା ୪୫ ମିନିଟରେ ସ୍ନାନଯାତ୍ରା ଆରମ୍ଭ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ପରେ ହାତୀ ବେଶ ମଧ୍ୟ କରାଯିବ ବୋଲି କୁହାଯାଇଛି।

ତେବେ ନିର୍ଦ୍ଧାରିତ ତିଥି ବାହାରେ ସ୍ନାନଯାତ୍ରା ଆୟୋଜନକୁ ନେଇ ଏହା ଶ୍ରୀମନ୍ଦିର ପରମ୍ପରାର ବିରୋଧୀ ବୋଲି ଅଭିଯୋଗ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଅନେକ ମହଳ ଏହାକୁ ମହାପ୍ରଭୁଙ୍କ ପରମ୍ପରା ପ୍ରତି ଅସମ୍ମାନ ବୋଲି କହିଛନ୍ତି।

Show More

Related Articles

Back to top button