Breaking PLUSଓଡ଼ିଶାମୁଖ୍ୟ ଖବର

ମେ’ରେ ଭିତର ରତ୍ନଭଣ୍ଡାର ମୋଟ୍‌ ୯ ଦିନ ପାଇଁ ହେବ ଗଣତି ମଣତି

ପୁରୀ, 11 ମେ- ମେ’ରେ ଭିତର ରତ୍ନଭଣ୍ଡାର ମୋଟ୍‌ ୯ ଦିନ ପାଇଁ ଗଣତି ମଣତି ହେବ । ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଓ କାଲିକୁ ଛାଡ଼ି ଆଉ ୭ ଦିନ ଗଣତି ପାଇଁ ଧାର୍ଯ୍ୟ  କରାଯାଇଛି । ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ରେ ଗଣତି ହେବ ।

ଅନ୍ୟପଟେ ଆଜିଠାରୁ ପୁଣି ଥରେ ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ SOP ଆଧାରରେ ଆରମ୍ଭ ହୋଇଛି । ଦୁଇ ଦିନ ଧରି ଭିତର ଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିବ । ମଧ୍ୟାହ୍ନ ଧୂପ ପରେ ଅର୍ଥାତ୍ ପ୍ରାୟ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ଧୂପ ଶେଷ ପର୍ଯ୍ୟନ୍ତ ଜାରି ରହିବ ଗଣତି ପ୍ରକ୍ରିୟା । ଗଣତି ସମୟରେ ବନ୍ଦ ରହିଛି ଭିତର କାଠ ଦର୍ଶନ । ପୂର୍ବ ଭଳି ଏଥର ମଧ୍ୟ ରତ୍ନଭଣ୍ଡାର ଗଣତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Show More

Related Articles

Back to top button