Breaking PLUSଦେଶମୁଖ୍ୟ ଖବର

ସୋମନାଥ ଅମୃତ ମହୋତ୍ସବରେ ସାମିଲ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି

ସୋମନାଥ ମନ୍ଦିର ପୁନଃରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଆୟୋଜନ

ଗିର ସୋମନାଥ, ୧୧ ମେ-ସୋମନାଥ ଅମୃତ ମହୋତ୍ସବରେ ସାମିଲ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି ।ସୋମନାଥ ମନ୍ଦିର ପୁନଃରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସୋମବାର କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ କିମ୍ବା ଚାପରେ ରଖି ପାରିବ ନାହିଁ। ସେ କହିଛନ୍ତି ଯେ, ୧୯୯୮ ମସିହାର ପୋଖରାନ ପରମାଣୁ ପରୀକ୍ଷା ବିଶ୍ୱକୁ ଭାରତର ଅଟଳ ରାଜନୈତିକ ଇଚ୍ଛାଶକ୍ତିର ପରିଚୟ ଦେଇଥିଲା।

ଗୁଜରାଟର ସୋମନାଥ ମନ୍ଦିରରେ ଆୟୋଜିତ ସୋମନାଥ ଅମୃତ ମହୋତ୍ସବକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୧୧ ମେ ୧୯୯୮ରେ ଭାରତ ପୋଖରାନରେ ପ୍ରଥମ ତିନୋଟି ପରମାଣୁ ପରୀକ୍ଷା କରିଥିଲା ଏବଂ ତା’ପରେ ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ଦେଶ ଭାରତ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗୁ କରିଥିଲେ।

ସେ କହିଛନ୍ତି “୧୧ ମେ ପରେ ସମଗ୍ର ବିଶ୍ୱ ଆମ ବିରୋଧରେ ହୋଇଯାଇଥିଲା, କିନ୍ତୁ ୧୩ ମେରେ ଭାରତ ଆଉ ଦୁଇଟି ପରମାଣୁ ପରୀକ୍ଷା କରିଥିଲା। ଏହା ଦ୍ୱାରା ବିଶ୍ୱ ଜାଣିପାରିଲା ଯେ ଭାରତର ରାଜନୈତିକ ଇଚ୍ଛାଶକ୍ତି କେତେ ଅଟଳ।”

ସେ କହିଛନ୍ତି ଯେ, ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଦେଖାଇଥିଲା ଯେ ଭାରତ ପାଇଁ ରାଷ୍ଟ୍ର ସର୍ବୋପରି। ମୋଦି କହିଛନ୍ତି, “ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ, ଚାପରେ ରଖି ପାରିବ ନାହିଁ।”

 

Show More

Related Articles

Back to top button