ମୁଖ୍ୟ ଖବରରାଜନୀତି

‘ସୁନା କିଣନ୍ତୁ ନାହିଁ-ଇନ୍ଧନ ସଞ୍ଚୟ କରନ୍ତୁ’

ତୈଳ ସଙ୍କଟକୁ ନେଇ ଦେଶବାସୀଙ୍କୁ ମୋଦୀଙ୍କ ନିବେଦନ

ବୈଶ୍ୱିକ ତୈଳ ସଙ୍କଟ ଓ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସଞ୍ଚୟ ଓ ସଞ୍ଜମର ବାର୍ତ୍ତା ଦେଇଛନ୍ତି। ହାଇଦରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସମ୍ବଳର ସଞ୍ଚୟ କରିବା ମଧ୍ୟ ଏକ ବଡ଼ ଦେଶଭକ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ସମୟରେ ଯେପରି ୱାର୍କ ଫ୍ରମ୍ ହୋମ୍‌ ଓ ଅନଲାଇନ୍‌ ମିଟିଂକୁ ଲୋକେ ଆପଣାଇଥିଲେ, ବର୍ତ୍ତମାନ ମଧ୍ୟ ସେହି ପ୍ରଣାଳୀକୁ ପ୍ରାଧାନ୍ୟ ଦେଲେ ପେଟ୍ରୋଲ ଓ ଡିଜେଲ୍‌ର ବ୍ୟବହାର କମିପାରିବ। ସେହିପରି ସାଧାରଣ ପରିବହନ ବ୍ୟବସ୍ଥା ଓ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।

ମୋଦୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ସୁନା ଆମଦାନୀ ପାଇଁ ଦେଶର ବହୁ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି। ଏହା ସହ ବିଦେଶରେ ଛୁଟି କାଟିବା ଓ ବିବାହ ଭଳି ଖର୍ଚ୍ଚ କମାଇ ସ୍ୱଦେଶୀ ପର୍ଯ୍ୟଟନ ଓ ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବାକୁ ସେ ଅନୁରୋଧ କରିଛନ୍ତି।

Show More

Related Articles

Back to top button