Breaking PLUSଓଡ଼ିଶାମୁଖ୍ୟ ଖବର

ବଡ଼ ଏନକାଉଣ୍ଟର, ଧରାପଡିଲେ ୨ ହତ୍ୟାକାରୀ; ଦୁଇ ଜିଲ୍ଲାରେ ରହିଛି ପୁଳାପୁଳା ମାମଲା

ଝାରସୁଗୁଡା, 12 ମେ- ଝାରସୁଗୁଡାରେ ସକାଳୁ ସକାଳୁ ଏନକାଉଂଟର ।  ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ସୁଲଦିଆ କୋଇଲା ଖଣି ଅଞ୍ଚଳରେ ଥିବା ଅଇଲାଝରନ ଜଙ୍ଗଲରେ ଆଜି ବ୍ରଜରାଜନଗର ଓ ବନହରପାଲି ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚାନ୍ଦ ଵନଛୋର୍ ଓ ସୁନିଲ ମହାନନ୍ଦଙ୍କ ଗୋଡ଼କୁ ପୁଲିସ ଗୁଳି ମାରିଥିବା ସୂଚନା ମିଳିଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ଏକ ସାମାନ୍ୟ ସଡ଼କ ଦୁର୍ଘଟଣାକୁ ନେଇ ବେଲପାହାଡ଼ ଥାନା ଅନ୍ତର୍ଗତ ଗାନ୍ଧୀନଗରଠାରେ ଛୁରାମାଡ଼ ହୋଇଥିଲା। ଛୁରା ମାଡ଼ରେ ରାହୁଲ ମହତ୍ତୋଙ୍କ ମୃତ୍ୟୁ ହୋଇଥିବାବେଳେ ଆକାଶ ସାହୁ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଛୁରାମାଡ଼ କରି ଚାନ୍ଦ ଓ ବାବୁ ବନଛୋର ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ବ୍ରଜରାଜନଗର ଓ ବନହରପାଲି ଥାନା ମଝିରେ ଥିବା ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ପୁଲିସ ଖବର ପାଇଁ ଅତର୍କିତ ଚଢାଉ କରିଥିଲା। ହେଲେ ପୁଲିସକୁ ଦେଖି ସେମାନେ ଚମ୍ପଟ ମାରୁଥିବା ସମୟରେ ଚାନ୍ଦ ଏବଂ ତାର ସହଯୋଗୀ ସୁନିଲକୁ ପୁଲିସ ଏନକାଉଣ୍ଟର କରିଥିଲା।

Show More

Related Articles

Back to top button