ଅପରାଧମୁଖ୍ୟ ଖବର

ଜନଗଣନା ଅଧିକାରୀ ସାଜି ଓଟିପି ଓ ବ୍ୟାଙ୍କ ତଥ୍ୟ ଲୁଟୁଛନ୍ତି ସାଇବର ଠକ

ସତର୍କ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଜନଗଣନା କର୍ମଚାରୀ ସାଜି ଲୋକଙ୍କ ଘରକୁ ଯାଇ ଓଟିପି ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିବା ସାଇବର ଠକମାନଙ୍କୁ ନେଇ ଓଡ଼ିଶା ପୋଲିସ ମଙ୍ଗଳବାର ସତର୍କ ସୂଚନା ଜାରି କରିଛି।
ପୋଲିସ ସୂଚନା ଅନୁସାରେ, କିଛି ଠକ ନକଲି ପରିଚୟପତ୍ର ଓ ୟୁନିଫର୍ମ ବ୍ୟବହାର କରି ଜନଗଣନା କର୍ମଚାରୀ ଭାବେ ଲୋକଙ୍କ ଘରକୁ ଯାଉଛନ୍ତି। ସେମାନେ ଆଧାର ନମ୍ବର, ମୋବାଇଲ୍ ନମ୍ବର ଓ ବ୍ୟାଙ୍କ ତଥ୍ୟ ଭଳି ସମ୍ବେଦନଶୀଳ ସୂଚନା ନେବାକୁ ଚେଷ୍ଟା କରୁଛନ୍ତି।
ଏହାସହ ମୋବାଇଲକୁ ଆସୁଥିବା ଓଟିପିକୁ ଜନଗଣନା ପ୍ରକ୍ରିୟାର ଅଂଶ ବୋଲି କହି ଲୋକଙ୍କୁ ଠକାଯାଉଛି। କିନ୍ତୁ ଏହି ଓଟିପି ମାଧ୍ୟମରେ ବ୍ୟାଙ୍କ ଠକେଇ କିମ୍ବା ସିମ୍ ସ୍ୱାପ୍ ଭଳି ଅପରାଧ ଘଟୁଥିବା ପୋଲିସ ସ୍ପଷ୍ଟ କରିଛି।
ପୋଲିସ କହିଛି ଯେ, ପ୍ରକୃତ ଜନଗଣନା କର୍ମଚାରୀ କେବେ ମଧ୍ୟ ଓଟିପି, ବ୍ୟାଙ୍କ ତଥ୍ୟ କିମ୍ବା ମୋବାଇଲ୍ ଯାଞ୍ଚ ମାଗନ୍ତି ନାହିଁ। ଲୋକମାନଙ୍କୁ ସତର୍କ ରହିବା ସହ ସନ୍ଦେହଜନକ ଲିଙ୍କ କିମ୍ବା ଆପ୍ ଡାଉନଲୋଡ୍ ନ କରିବାକୁ ପରାମର୍ଶ ଦିଆଯାଇଛି।
କୌଣସି ସନ୍ଦେହଜନକ ଘଟଣା ଦେଖିଲେ ସତ୍ୱର ସାଇବର ହେଲ୍ପଲାଇନ୍ ୧୯୩୦ରେ ଯୋଗାଯୋଗ କରିବାକୁ ଓଡ଼ିଶା ପୋଲିସ ଅନୁରୋଧ କରିଛି।

Show More

Related Articles

Back to top button