ଓଡ଼ିଶାମୁଖ୍ୟ ଖବର

ଧାନ ବିକ୍ରି ନ ହେବାରୁ ଇଚ୍ଛାମୃତ୍ୟୁ ଆବେଦନ

ବରଗଡ଼ ଚାଷୀଙ୍କ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର/ବରଗଡ଼: ଖରିଫ ଋତୁର ଧାନ ପ୍ରାୟ ଛଅ ମାସ ଧରି ବିକ୍ରି ହୋଇନଥିବାରୁ ଆର୍ଥିକ ସଙ୍କଟରେ ପଡ଼ି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ବରଗଡ଼ ଜିଲ୍ଲାର ଜଣେ ଚାଷୀଙ୍କ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ ଏବଂ କୌଣସି ତ୍ରୁଟି ଥିଲେ ତାହାର ସଂଶୋଧନ କରାଯିବ।
ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ଗ୍ରାମର ଚାଷୀ ରୋହିତ ଭୋଇ ଜନଶୁଣାଣି ସମୟରେ ଜିଲ୍ଲାପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୨୨୦ ପ୍ୟାକେଟ ଧାନ ଅମଳ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ କ୍ରୟ ହୋଇନାହିଁ।
ଚାଷୀଙ୍କ କହିବା ଅନୁସାରେ, ଧାନ ବିକ୍ରି ନ ହେବାରୁ ପରିବାର ଗୁରୁତର ଆର୍ଥିକ ସମସ୍ୟାରେ ପଡ଼ିଛି। ଘରେ ଅସୁସ୍ଥ ବାପାଙ୍କ ଔଷଧ ଖର୍ଚ୍ଚ ବହନ କରିବା ସହ ପିଲାମାନଙ୍କ ପଢ଼ାଶୁଣା ଚାଲାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଏପଟେ ଆତାବିରା ବିଜେପି ବିଧାୟକ ନିହାର ମହାନନ୍ଦ ଚାଷୀଙ୍କୁ ସହଯୋଗର ଆଶ୍ୱାସନ ଦେଇ କହିଛନ୍ତି ଯେ, ଚାଷୀମାନଙ୍କ ବକେୟା ଅର୍ଥ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି।

Show More

Related Articles

Back to top button