


ରାଜଧାନୀ ଭୁବନେଶ୍ୱର ସହ ସମଗ୍ର ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଗଭୀର ଆକାର ନେଇଛି। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସଂଘର ସମ୍ପାଦକ କହିଛନ୍ତି, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ।
ସେ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। କାର୍ଡ ବ୍ୟବସ୍ଥା ମାଧ୍ୟମରେ ବସ୍ଗୁଡ଼ିକୁ ଡିଜେଲ ଯୋଗାଣ କରିବା ପାଇଁ ମଧ୍ୟ ଦାବି ଉଠିଛି।
ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଥିବାବେଳେ, ତେଲ ଅଭାବରୁ ପ୍ରାୟ ୨ ହଜାର ବସ୍ ବନ୍ଦ ହୋଇପଡ଼ିଛି। ବିଶେଷକରି ଗ୍ରାମାଞ୍ଚଳରେ ଡିଜେଲ ନ ମିଳିବାରୁ ବସ୍ ସେବା ବେଶ ପ୍ରଭାବିତ ହୋଇଛି।
ସେପଟେ ପେଟ୍ରୋଲ-ଡିଜେଲ ସଙ୍କଟ ନେଇ ଆଜି ସରକାରୀ ସ୍ତରରେ ବଡ଼ ନିଷ୍ପତ୍ତି ଆସିପାରେ ବୋଲି ସଙ୍କେତ ମିଳିଛି। ମୁଖ୍ୟ ଶାସନ ସଚିବ ଏନେଇ ଇଙ୍ଗିତ ଦେଇଥିବାରୁ ସମସ୍ତଙ୍କ ନଜର ସରକାରଙ୍କ ପଦକ୍ଷେପ ଉପରେ ରହିଛି।