ଅପରାଧମୁଖ୍ୟ ଖବର

ଗଞ୍ଜାମରେ ପୁଲିସର ବଡ଼ ଆକ୍ସନ୍, ଏନକାଉଣ୍ଟରରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ତରଫରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ପୁଲିସ ଏନକାଉଣ୍ଟରରେ ଲାଞ୍ଜିପଲ୍ଲୀର ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନ ନାୟକ ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧିକ ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ କଡ଼ା ପଦକ୍ଷେପ ନେଉଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅପରାଧିକ ମାମଲା ବଢ଼ୁଥିବାରୁ ଏହା ପୁଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଏହା ପରେ ଜିଲ୍ଲା ପୁଲିସ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।

ସୂଚନା ଅନୁସାରେ, ଦୀପୁନ ନାୟକ ନାମରେ ଏକାଧିକ ହତ୍ୟା ଉଦ୍ୟମ, ଦାଦାବଟି ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧିକ ମାମଲା ରହିଛି। ସେ ଦୀର୍ଘଦିନ ଧରି ପୁଲିସର ନଜରରେ ଥିଲେ। ପୁଲିସ ତାକୁ ଧରିବାକୁ ଯାଇଥିବାବେଳେ ଏନକାଉଣ୍ଟର ଘଟିଥିବା ଜଣାପଡ଼ିଛି।

ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Show More

Related Articles

Back to top button