Breaking PLUSଓଡ଼ିଶାମୁଖ୍ୟ ଖବର

ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର, 23 ମେ- ତତଲା କଡେଇରେ ଭାଜି ହେଉଛି ପୂରା ରାଜ୍ୟ । ଡହଡହ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଛି। ଏଠାରେ ସର୍ବାଧିକ ତାପମାତ୍ରା ଅଧିକ ରହିବା ଦ୍ବାରା ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି।

ବୌଦ୍ଧରେ ପାରଦ ଉପରମୁହଁ ହୋଇ ୪୪.୫ ଡିଗ୍ରୀରେ ପହଞ୍ଚିଛି। ସମ୍ବଲପୁରରେ ୪୪.୨, ବଲାଙ୍ଗିର ଓ ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ରେ ୪୧.୮, ହୀରାକୁଦରେ ୪୩.୬, ଭବାନୀପାଟଣାରେ ୪୩.୬, ମାଲକାନଗିରିରେ ୪୧.୬, ସୁବର୍ଣ୍ଣପୁରରେ ୪୨.୧, ବରଗଡ଼ରେ ୪୧.୪, ନୂଆପଡ଼ାରେ ୪୩.୨, ଭୁବନେଶ୍ବରରେ ୩୭.୭ ଏବଂ କଟକରେ ୩୬.୬ ଡିଗ୍ରୀ ତାପମାତ୍ରା ଶୁକ୍ରବାର ରେକର୍ଡ ହୋଇଛି। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ମଧ୍ୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଜାରି କରିଛି।

Show More

Related Articles

Back to top button