Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ପ୍ରବଳ ହିଟ୍‌ୱେଭ୍ ଯୋଗୁଁ ଦେଶରେ ବଢ଼ିଛି ବିଦ୍ୟୁତ ଚାହିଦା

ନୂଆଦିଲୀ, 22 ମେ- ପ୍ରବଳ ହିଟ୍‌ୱେଭ୍ ଯୋଗୁଁ ଦେଶରେ ବଢ଼ିଛି ବିଦ୍ୟୁତ ଚାହିଦା  । ଏନେଇ ଗତ ୪ ଦିନର ତଥ୍ୟ ରଖିଲା ଶକ୍ତି ମନ୍ତ୍ରାଳୟ  ।

୪ ଦିନରେ ବ୍ୟବହାର ହୋଇଥିବା ବିଦ୍ୟୁତ ପୂର୍ବ ଥରର ରେକର୍ଡ ଭାଙ୍ଗିଲା । ୧୮ ତାରିଖରେ ୨୫୭.୩୭ GW, ୧୯ରେ ୨୬୦.୪୫ GW ବିଦ୍ୟୁତ ବ୍ୟବହାର ହୋଇଛି । ୨୦ରେ ୨୬୫.୪୪ GW, ୨୧ରେ ୨୭୦.୮୨ GW ବିଦ୍ୟୁତ ବ୍ୟବହାର ହୋଇଛି ।

ବିଶେଷ କରି ଅପରାହ୍ଣ ୨ଟାରୁ ୪ଟା ଯାଏଁ ଅଧିକ ବିଦ୍ୟୁତ ବ୍ୟବହାର ହେଉଛି  । ବୁଦ୍ଧିମତାର ସହ ଓ ବିଚାର କରି ବିଦ୍ୟୁତ ବ୍ୟବହାର କରିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

Show More

Related Articles

Back to top button