Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଅଧିକ ଫି ଦେଇଥିଲେ ଫେରିପାଇବେ- ସିବିଏସଇ

ଭୁବନେଶ୍ୱର, 24 ମେ- ଦ୍ବାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ପ୍ରକ୍ରିୟା ତ୍ରୁଟି ନେଇ CBSE ସ୍ପଷ୍ଟୀକରଣ ରଖିଛି । ସ୍କାନ୍ କପି ପାଇଁ ଧାର୍ଯ୍ୟ ଫି’ ଠାରୁ କିଛି କ୍ଷେତ୍ରରେ ଅଧିକ ପେମେଣ୍ଟ ଆସିଛି ।ଆଉ କେତେକଙ୍କ କ୍ଷେତ୍ରରେ ଧାର୍ଯ୍ୟଠାରୁ କମ୍ ରାଶି ମଧ୍ୟ ଆଦାୟ ହୋଇଛି ।
ଯେଉଁମାନେ ଅଧିକ ପେମେଣ୍ଟ କରିଛନ୍ତି, ସେହି ଅଧିକ ପରିମାଣ ଫେରି ପାଇବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଆଉ ଯେଉଁମାନଙ୍କ ଠାରୁ କମ୍ ପେମେଣ୍ଟ ଆସିଛି ସେମାନଙ୍କୁ ଭରିବାକୁ କୁହାଯିବ । ତେଣୁ ଯେଉଁମାନେ ଆବେଦନ କରିଛନ୍ତି ସମସ୍ତଙ୍କୁ ସ୍କାନ୍ କପି ପ୍ରଦାନ କରାଯିବ । ଆଉ ଥରେ ପରୀକ୍ଷାର୍ଥୀଙ୍କୁ ସ୍କାନ୍ କପି ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ସିବିଏସଇ କହିଛି ।



