Breaking PLUSଓଡ଼ିଶାମୁଖ୍ୟ ଖବର

ବଦଳିଲେ ବାରଙ୍ଗ ଥାନା IIC ନିରଞ୍ଜନ ବେହେରା

ଭୁବନେଶ୍ୱର, 31 ମେ- ବଦଳିଲେ ବାରଙ୍ଗ ଥାନା IIC ନିରଞ୍ଜନ ବେହେରା  । କଟକ ଡିସିପି ଅଫିସ୍‌କୁ ବଦଳି ହେଲେ ବାରଙ୍ଗ ଥାନା IIC  । ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଜଣେ ଯୁବକଙ୍କୁ ଥାନାରେ ନିର୍ଯାତନା ଦେବା ଅଭିଯୋଗ ପରେ ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅଭିଯୋଗର ତଦନ୍ତ ପରେ ପୁଲିସ କମିଶନର ନିରଞ୍ଜନ ବେହେରାଙ୍କୁ ବାରଙ୍ଗ ଥାନାରୁ ହଟାଇ ସିପି ହେଡକ୍ୱାର୍ଟରକୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ବିଶ୍ୱରଞ୍ଜନ ନାୟକଙ୍କୁ ନୂଆ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି । ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରି ଦିଆଯାଇଥିବା ଅଭିଯୋଗ କିଛି ଦିନ ଧରି ଚର୍ଚ୍ଚାରେ ଥିଲା । ପୀଡ଼ିତ ଯୁବକ ଏବଂ ତାଙ୍କ ପରିବାର ପକ୍ଷରୁ ପୁଲିସର ଅମାନବୀୟ ବ୍ୟବହାର ନେଇ ଗୁରୁତର ଅଭିଯୋଗ ହୋଇଥିଲା ।

Show More

Related Articles

Back to top button