Breaking PLUSଦେଶମୁଖ୍ୟ ଖବରରାଜନୀତି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର

ବେଙ୍ଗାଲୁରୁ, 3 ଜୁନ– ବୁଧବାର ଦିନ ଲୋକଭବନରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍ ଶିବକୁମାରଙ୍କୁ ଶପଥ ପାଠ କରାଇଛନ୍ତି ।  ଏହା ପୂର୍ବରୁ ଶିବକୁମାର ମଞ୍ଚ ଉପରେ ଜଣେ ପରେ ଜଣେ ନେତାଙ୍କୁ ଭେଟିଥିଲେ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା ଏବଂ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱର ରାଜ୍ୟର ନୂତନ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ, ଶିବକୁମାର ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ଲୋଡ଼ିଥିଲେ । ସେ ବେଙ୍ଗାଲୁରୁର ସଦାଶିବନଗର ତାଙ୍କ ବାସଭବନରେ ଗୌରମ୍ମାଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ ।

Show More

Related Articles

Back to top button