Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପରୀକ୍ଷାର୍ଥୀ ଗିରଫ

ଭୁବନେଶ୍ୱର, 8 ଜୁନ- ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପରୀକ୍ଷାର୍ଥୀ ଗିରଫ । ପରୀକ୍ଷାରେ କପି ଅଭିଯୋଗରେ ଗିରଫ କଲା ମର୍କତନଗର ପୋଲିସ୍ । ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ନେଇ ପ୍ରଶ୍ନ ଡାକୁଥିଲେ ପରୀକ୍ଷାର୍ଥୀ । ଅପର ପଟୁ ମୋବାଇଲ୍ରେ ଉତ୍ତର ଡାକିବାରୁ ଖାତାରେ ଲେଖୁଥିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କ କାନରେ ଇୟରଫୋନ୍ ଦେଖି ପୋଲିସ୍କୁ ଜଣାଇଥିଲେ ସ୍କ୍ୱାଡ ଟିମ୍ । ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କଲା ମର୍କତନଗର ଥାନା ପୋଲିସ୍ ।


