ଦେଶ ବିଦେଶମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ରସ୍ୱାସ୍ଥ୍ୟ

୧୦୦ଟି ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟ

Prof. (Dr.) Priyanka Samalଙ୍କ ନେତୃତ୍ୱରେ ଓଡ଼ିଶା ଚିକିତ୍ସା ଇତିହାସରେ ନୂଆ ଅଧ୍ୟାୟ ଯୋଡି ହେଲା

Institute of Medical Sciences ଓ SUM Hospitalର କ୍ଲିନିକାଲ୍ ହେମାଟୋଲୋଜି ବିଭାଗର ପ୍ରୋଫ (ଡ.) ପ୍ରିୟଙ୍କା ସାମଲ କ୍ଲିନିକାଲ୍ ହେମାଟୋଲୋଜି ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଛନ୍ତି, ତାଙ୍କ ନେତୃତ୍ବାଅଧୀନ ଟିମ୍ ୧୦୦ ଟି ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟ, ସଫଳତାର ସହିତ ସମ୍ମର୍ଣ୍ଣ କରିଛନ୍ତି, ଯାହା ରକ୍ତ ରୋଗ ଚିକିତ୍ସାରେ ଓଡ଼ିଶା ପାଇଁ ଏକ ବଡ଼ ମାଇଲ ଖୁଣ୍ଟ ପାର କରିପାରିଛି। ତେବେ ଏହାର ସମ୍ପୁର୍ଣ୍ଣ ଶ୍ରେୟ Prof. (Dr.) Priyanka Samal, IMS ଓ SUM Hospitals ଏବିଂ ତାଙ୍କ ପୁରା ଟିମ୍ କୁ ଉତ୍ସର୍ଗ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସର ଭାଇସ୍ ଚାନସେଲର ପ୍ରଫେସର ଡ. ମାନସ ରଞ୍ଜନ ସାହୁ ( Vice-Chancellor of the Odisha University of Health Sciences, Prof. (Dr.) Manas Ranjan Sahoo ) କହିଛନ୍ତି ଯେ ରକ୍ତ କର୍କଟର ରୋଗର ଚିକିସ୍ତା ଏବେ ସମ୍ଭବ ଜଦି ଏହି ରୋଗକୁ ଠିକ ସମୟରେ ଚିହ୍ନଟ କରାଯାଇ ପାରେ। ପ୍ରୋଫ (ଡ.) ସାହୁ କହିଛନ୍ତି ଯେ ଡାକ୍ତର ପ୍ରିୟଙ୍କାଙ୍କ ନେତୃତ୍ବରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଟି ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟ ସଫଳତା ସହିତ କରାଯାଇଛି, ଯାହା ରକ୍ତରୋଗ ଚିକିତ୍ସାରେ ବିଶେଷ ମାଇଲ ଖୁଣ୍ଟ ପାର କରିଛି। ତେବେ ଏପରି ଚିକିତ୍ସା କଟକ SCB ମେଡିକାଲ କିମ୍ବା ଭୁବନେସ୍ୱର ଏମ୍ସ୍ ରେ ମଧ୍ୟ କରାଯାଉନଥିବା କହିବା ସହ ଦକ୍ଷ ଡାକ୍ତରଙ୍କ ଅଭାବ ଓ ଅନ୍ୟାନ୍ୟ କାରଣ ମଧ୍ୟ ଦାୟୀ ଥିବା ସଂଙ୍କେତ ଦେଇ ଥିଲେ।

ଏହି ଅବସରରେ Padma Shri Prof. (Dr.) Ashok Kumar Mahapatra କର୍କଟ ରୋଗକୁ ନେଇ ନିଜର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଥିଲେ। ସେ କହିଥିଲେ ଯେ ଯେତେବେଳେ ବମ୍ବେରେ ବୋନ୍ ମ୍ୟାରୋ ଟ୍ରାନ୍ସ ପ୍ଲାଣ୍ଟ ପାଇଁ ୩୦ ଲକ୍ଷ ଲାଗୁଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରାୟ ୨୫ରୁ ୩୦ ଲକ୍ଷ୍ୟ ଟଙ୍କାର ଆବସ୍ୟକତା ପଡ଼ିଥାଏ । ହେଲେ ୨୦୧୮ ମସିହାରେ ଯେତେବେଳେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ ବୋନ୍ ମ୍ୟାର ଟ୍ରାନ୍ସପ୍ଲାଣ୍ଟ କରିବାକୁ ସ୍ଥିର କରାଗଲା ସେତେବେଳେ IMS & SUM Hospitaର Founder ତଥା President, Prof. (Dr.) Manojranjan Nayak ଏକ ସ୍ୱତନ୍ତ ମିଟିଂରେ ରୋଗିଙ୍କ ସୁଲଭ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଯାରି କରିଥିଲେ ଏହା ଅନୁସାରେ ପ୍ରଥମ ୧୦ ଜଣ ରକ୍ତ କର୍କଟ ରୋଗିଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଓ ଅନ୍ୟ ରୋଗି ମାନଙ୍କୁ ମାତ୍ର ୩ଲକ୍ଷ ଟଙ୍କାରେ ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯିବ। ଯାହାର ଫଳ ସ୍ୱରୁପ ଆଜି ୧୦୦ ଟି ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟ ସଫଳତାର ସହିତ ସମ୍ମର୍ଣ୍ଣ ହୋଇ ପାରିଛି । ଶେସରେ Prof. (Dr.) Sanghamitra Mishra, (Dean IMS & SUM Hospital) ଓ ପ୍ରୋଫ (ଡ.) ପ୍ରିୟଙ୍କା ସାମଲ, Dr. Soudamini Mahapatra, Dr. Rudra Narayan Swain ଓ ତାଙ୍କର ସମ୍ପୁର୍ଣ ଟିମ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ Padma Shri Prof. (Dr.) Ashok Kumar Mahapatra ।

କାର୍ଯ୍ୟକ୍ରମଟି ଆଇଏମଏସ୍–ସମ୍ ହସପାଟାଲର କ୍ଲିନିକାଲ୍ ହେମାଟୋଲୋଜିର ହେମାଟୋ ଅନ୍କୋଲୋଜି ବିଭାଗ ଦ୍ବରା ଆୟୋଜିତ କରାଯାଇଥିଲା ।

 

HOD Prof. (Dr.) Priyanka Samal MBBS MD (Pathology) DM (Clinical Hematology)

Show More

Related Articles

Back to top button