Breaking PLUSମୁଖ୍ୟ ଖବରରାଜନୀତି

ନାରୀ ସଶକ୍ତିକରଣର ପ୍ରତୀକ ‘ସୁଭଦ୍ରା’: ମୁଖ୍ୟମନ୍ତ୍ରୀ

ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନାରୀ ସଶକ୍ତିକରଣର ପ୍ରତୀକ ବୋଲି କହିଛନ୍ତି। ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏଥିରେ ନୟାଗଡ଼ର ୨ ଲକ୍ଷ ୩୩ ହଜାର ୫୮୫ ମହିଳା ସାମିଲ ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା କେବଳ ଆର୍ଥିକ ସହାୟତା ପ୍ରଦାନର ଯୋଜନା ନୁହେଁ, ବରଂ ମହିଳାଙ୍କୁ ସାମାଜିକ, ରାଜନୈତିକ ଓ ଆର୍ଥିକ ଭାବେ ଆତ୍ମନିର୍ଭର କରିବାର ଏକ ପ୍ରୟାସ। ନିଜ ଜୀବନ ଓ ପରିବାର ସମ୍ପର୍କିତ ନିଷ୍ପତ୍ତି ନିଜେ ନେବାର କ୍ଷମତା ହାସଲ କରିବା ହିଁ ପ୍ରକୃତ ସଶକ୍ତିକରଣ ବୋଲି ସେ ମତ ଦେଇଛନ୍ତି।

IIM ସମ୍ବଲପୁର ଓ SBIର ସର୍ଭେ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି, ପ୍ରାୟ ୮୦ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କାକୁ କେବଳ ଦୈନନ୍ଦିନ ଖର୍ଚ୍ଚରେ ବ୍ୟବହାର ନକରି ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶମୂଳକ କାର୍ଯ୍ୟରେ ଲଗାଉଛନ୍ତି। ସେହିପରି ୮୭.୧୯ ପ୍ରତିଶତ ହିତାଧିକାରୀ ସୁଭଦ୍ରା ଯୋଜନାକୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଥିବା ସେ କହିଛନ୍ତି। ଯୋଜନା ପରେ ମହିଳାଙ୍କ ବ୍ୟାଙ୍କ ଖାତାର ବାଲାନ୍ସ ଓ ମାସିକ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିଥିବା ଦାବି କରାଯାଇଛି।

Show More

Related Articles

Back to top button