
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅଧୀନ କେନ୍ଦୁଆପଦା ଷ୍ଟେସନ୍ରେ ତୃତୀୟ ରେଳ ଲାଇନ୍ କାର୍ଯ୍ୟ ଓ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ କରାଯାଇଛି। ଏହି କାମ ଯୋଗୁ ଅଗଷ୍ଟ ୨୯ ଓ ୩୦ରେ ୬୮୪୩୮ କଟକ–ଭଦ୍ରକ ମେମୁ ଏବଂ ୬୮୪୩୭ ଭଦ୍ରକ–କଟକ ମେମୁ ବାତିଲ ରହିବ। ସେହିପରି ୬୮୪୨୪ କଟକ–ଭଦ୍ରକ ମେମୁ ଅଗଷ୍ଟ ୨୯ ଓ ୩୦ରେ ଯାଜପୁର କେନ୍ଦୁଝର ରୋଡ୍ରେ ଯାତ୍ରା ଶେଷ କରିବ। ଏହାର ଫେରନ୍ତା ଟ୍ରେନ୍ ୬୮୪୨୩ ଭଦ୍ରକ–କଟକ ମେମୁ ମଧ୍ୟ ଏହି ଦୁଇ ଦିନ ଯାଜପୁର କେନ୍ଦୁଝର ରୋଡ୍ରୁ ଚଳାଚଳ କରିବ।
ଅନ୍ୟପକ୍ଷରେ ୧୮୦୩୭ ଖଡ଼ଗପୁର–ଯାଜପୁର କେନ୍ଦୁଝର ରୋଡ୍ ଏକ୍ସପ୍ରେସ୍ ଅଗଷ୍ଟ ୨୭ରୁ ୨୯ ଯାଏ ଭଦ୍ରକରେ ଯାତ୍ରା ଶେଷ କରିବ। ୧୮୦୩୮ ଯାଜପୁର କେନ୍ଦୁଝର ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଅଗଷ୍ଟ ୨୮ରୁ ୩୦ ଯାଏ ଭଦ୍ରକରୁ ଛାଡ଼ିବ। ୧୮୦୨୧ ଖଡ଼ଗପୁର–ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ୍ ଅଗଷ୍ଟ ୨୭ରୁ ୩୦ ଯାଏ ଭଦ୍ରକରେ ଯାତ୍ରା ଶେଷ କରିବା ସହ ୧୮୦୨୨ ଖୋର୍ଦ୍ଧା ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ମଧ୍ୟ ଏହି ସମୟରେ ଭଦ୍ରକରୁ ଚଳାଚଳ କରିବ। ଯାତ୍ରୀମାନେ ଯାତ୍ରା ପୂର୍ବରୁ NTES କିମ୍ବା ଭାରତୀୟ ରେଳର ଅଧିକୃତ ସୂଚନା ଯାଞ୍ଚ କରିବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।



