Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

କଲୁଙ୍ଗା ଶିଳ୍ପାଞ୍ଚଳରେ ରଙ୍ଗ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରାଉରକେଲା: ରାଉରକେଲା ନିକଟ କଲୁଙ୍ଗା ଶିଳ୍ପାଞ୍ଚଳରେ ଏକ ରଙ୍ଗ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ହଠାତ୍ କାରଖାନା ଭିତରେ ନିଆଁ ଲାଗିବା ପରେ ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ଯାଇଥିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ, କାରଖାନାରୁ ଦୂର ପର୍ଯ୍ୟନ୍ତ ଧୂଆଁ ଓ ନିଆଁର ଧାସ ଦେଖାଯାଇଥିଲା। ଫଳରେ ନିକଟବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ପରେ ଶେଷରେ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଥିଲା।

ତେବେ ଘଟଣା ସମୟରେ କାରଖାନା ଭିତରେ କେହି ଉପସ୍ଥିତ ଥିଲେ କି ନାହିଁ ଏବଂ ଏଥିରେ କୌଣସି ଜୀବନହାନି ଘଟିଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିନାହିଁ। ତଦନ୍ତ ପରେ ହିଁ ନିଆଁ ଲାଗିବାର କାରଣ ଓ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ସ୍ପଷ୍ଟ ହେବ।

Show More

Related Articles

Back to top button