Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ମହାନଦୀରେ ଆସୁଛି ଛୋଟ ବନ୍ୟା, ତଳିଆ ଅଞ୍ଚଳ ପାଇଁ ସତର୍କତା

୧୩.୫୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ ଅଧିକ ପାଣି ଛଡ଼ାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ବୁଧବାର ମଧ୍ୟାହ୍ନ ସୁଦ୍ଧା କଟକ ନିକଟ ମୁଣ୍ଡଳୀ ବ୍ୟାରେଜ୍‌ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ୬.୭ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିବା ଆଶଙ୍କା ରହିଛି। ଫଳରେ ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ପୁରୀର କେତେକ ତଳିଆ ଏବଂ ଚାଷଜମିରେ ପାଣି ପଶିପାରେ। ତେବେ ଏହା ବଡ଼ ଧରଣର ବନ୍ୟା ନୁହେଁ ବୋଲି ଜଳସମ୍ପଦ ବିଭାଗ କହିଛି।

ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦକୁ ଜଳପ୍ରବେଶ ବଢ଼ିଥିବାରୁ ୧୯ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଆଗକୁ ଆହୁରି ବର୍ଷା ହେବା ନେଇ ଆଇଏମ୍‌ଡିର ପୂର୍ବାନୁମାନ ଥିବାରୁ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣରେ ରଖାଯାଉଛି। ଏପଟେ କଟକ ବଡ଼ମ୍ବାର ମା’ ଚର୍ଚ୍ଚିକା ମନ୍ଦିର ପରିସରରେ ପାଣି ପଶିଥିବାରୁ ଦେବୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି।

ରାଜ୍ୟରେ ଚଳିତ ବର୍ଷା ଓ ବନ୍ୟାରେ ଅଗଷ୍ଟ ୧୩ରୁ ୨୬ ମଧ୍ୟରେ ୧୦ ଜିଲ୍ଲାର ୧,୮୯୫ ଗାଁର ପ୍ରାୟ ୧୩.୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ODRAF, NDRF, ଅଗ୍ନିଶମ ବାହିନୀ ଓ ପୁଲିସର ୫୭ଟି ଟିମ୍‌ ନିୟୋଜିତ ଅଛନ୍ତି। ଆସନ୍ତା ୨୭ ଅଗଷ୍ଟରୁ ସେପ୍ଟେମ୍ବର ୨ ଯାଏ ବିଭିନ୍ନ ଜିଲ୍ଲାରେ ଭାରି ବର୍ଷା ପାଇଁ ଆଇଏମ୍‌ଡି ପକ୍ଷରୁ ସତର୍କତା ଜାରି ହୋଇଛି।

Show More

Related Articles

Back to top button