Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର
କାର୍ ଶୋ’ରୁମରେ ଅଗ୍ନିକାଣ୍ଡ , ପୋଡ଼ିଗଲା ଅନେକ ଦାମୀ କାର୍

ବ୍ରହ୍ମପୁର: ବ୍ରହ୍ମପୁର ହଳଦିଆପଦରସ୍ଥିତ ଏକ କାର୍ ଶୋ’ରୁମ୍ରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବସ୍ ଟର୍ମିନାଲ୍ ନିକଟରେ ଥିବା ଶୋ’ରୁମ୍ରେ ହଠାତ୍ ନିଆଁ ଲାଗିବା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା।
ନିଆଁ ଦ୍ରୁତଗତିରେ ଶୋ’ରୁମ୍ରେ ବ୍ୟାପିଯିବାରୁ ଭିତରେ ଥିବା ଅନେକ ଦାମୀ କାର୍ ଜଳିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ଖବର ପାଇ ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ନିଆଁ ଅତ୍ୟଧିକ ଭୟାବହ ହୋଇଥିବାରୁ ଅଗ୍ନିଶମ ବାହିନୀ ପକ୍ଷରୁ ରୋବଟ୍ର ସହାୟତା ମଧ୍ୟ ନିଆଯାଇଥିଲା। ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଅଗ୍ନିକାଣ୍ଡରେ ବହୁ ପରିମାଣରେ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗିବାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।



