Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ମିଳିଲା ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ମାନ୍ୟତା

ପରିବେଶ ସୁରକ୍ଷାରେ ଲୋକଭବନକୁ ବଡ଼ ସ୍ୱୀକୃତି

ଭୁବନେଶ୍ୱର: ସବୁଜ ଓ ପରିବେଶ ଅନୁକୂଳ ପ୍ରଶାସନିକ ପରିସର ଗଠନ ଦିଗରେ ଓଡ଼ିଶା ଲୋକଭବନ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍‌ (ଆଇଜିବିସି) ପକ୍ଷରୁ ଲୋକଭବନକୁ ‘ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍’ ସାର୍ଟିଫିକେସନ୍ ପ୍ରଦାନ କରାଯାଇଛି। ମୋଟ ୧୦୦ ମଧ୍ୟରୁ ୮୮ ପଏଣ୍ଟ ହାସଲ କରି ଲୋକଭବନ ଏହି ମାନ୍ୟତା ପାଇଛି।

ଶକ୍ତି ଓ ଜଳର ସୁବିନିଯୋଗ ସହ ପରିବେଶ ସୁରକ୍ଷା ପାଇଁ ଲୋକଭବନରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଆଇଜିବିସି ପକ୍ଷରୁ ସ୍ୱୀକୃତି ମିଳିଛି। ନବୀକରଣୀୟ ଶକ୍ତିର ପ୍ରୟୋଗ, ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତାର ସୁରକ୍ଷା ଏବଂ ପରିବେଶ ଅନୁକୂଳ ଯାତାୟାତ ବ୍ୟବସ୍ଥା ଏହି ମାନ୍ୟତା ପାଇଁ ମୁଖ୍ୟ ମାନଦଣ୍ଡ ରହିଛି।

ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ବମପତିଙ୍କ ମାର୍ଗଦର୍ଶନରେ ଲୋକଭବନକୁ ଅଧିକ ସବୁଜ, ପରିବେଶ ଅନୁକୂଳ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିବାକୁ ସକ୍ଷମ ପ୍ରତିଷ୍ଠାନ ଭାବେ ବିକଶିତ କରିବା ପ୍ରକ୍ରିୟା ଜାରି ରହିଛି।

ବିକାଶମୂଳକ କାର୍ଯ୍ୟ ସହ ପରିବେଶ ପ୍ରତି ଦାୟିତ୍ୱବୋଧକୁ ସମାନ ଗୁରୁତ୍ୱ ଦେଲେ ସ୍ଥାୟୀ ବିକାଶର ଲକ୍ଷ୍ୟ ହାସଲ ସମ୍ଭବ। ଲୋକଭବନର ଏହି ପଦକ୍ଷେପ ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଏକ ଅନୁକରଣୀୟ ଉଦାହରଣ ହୋଇଛି।

Show More

Related Articles

Back to top button