Breaking PLUSଦେଶମୁଖ୍ୟ ଖବର

ଗାନ୍ଧୀନଗରରେ ପ୍ରଥମ ଥର ଡବ୍ଲ୍ୟୁସିଇଏଫ୍‌-୨୦୨୬

ଗାନ୍ଧୀନଗର: ସେପ୍ଟେମ୍ବର ୧୫ରୁ ଗାନ୍ଧୀନଗରରେ ଆରମ୍ଭ ହେବ ତିନିଦିନିଆ ବିଶ୍ୱ ସର୍କୁଲାର ଇକୋନୋମି ଫୋରମ୍‌ (ଡବ୍ଲ୍ୟୁସିଇଏଫ୍‌) ୨୦୨୬। ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଭାରତ ଏହି ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି।

‘ଲୋକ ଓ ସମୃଦ୍ଧି ପାଇଁ ସର୍କୁଲାର ଇକୋନୋମିରେ ପରିବର୍ତ୍ତନ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ଫୋରମ୍‌ରେ ୬୫ରୁ ଅଧିକ ଦେଶର ୨ ହଜାରରୁ ଅଧିକ ବିଶେଷଜ୍ଞ, ଉଦ୍ୟୋଗୀ, ଗବେଷକ ଓ ନୀତି ନିର୍ଦ୍ଧାରକ ଯୋଗଦେବେ। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହାର ଉଦ୍‌ଘାଟନ କରିବେ।

ଏହି ଫୋରମ୍‌ରେ ବ୍ୟବହୃତ ସାମଗ୍ରୀ ଓ ଉତ୍ପାଦକୁ ପୁନଃବ୍ୟବହାର, ମରାମତି ଓ ପୁନଃଚକ୍ରଣ କରି ଅର୍ଥନୀତିରେ ପୁଣି ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ କୃତ୍ରିମ ବୁଦ୍ଧିମତ୍ତା, ସବୁଜ ଶକ୍ତି, ଅର୍ଥ, ଷ୍ଟାର୍ଟଅପ୍‌ ଓ ଯୁବ ନେତୃତ୍ୱ ଭଳି ବିଷୟରେ ଆଲୋଚନା ହେବ। ଫୋରମ୍‌ରେ ୧୨୫ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଦର୍ଶକଙ୍କୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ।

 

Show More

Related Articles

Back to top button