ଦେଶମୁଖ୍ୟ ଖବର

ଗତିଶୀଳ ଆଲୋକରେ ଝଲସିଲା ଐତିହାସିକ ହାୱଡ଼ା ବ୍ରିଜ୍

କୋଲକାତା: ନୂଆ ରୂପରେ ଝଲସିଲା କୋଲକାତାର ଐତିହାସିକ ହାୱଡ଼ା ବ୍ରିଜ୍‌। ସ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର, କୋଲକାତା ପକ୍ଷରୁ ରବୀନ୍ଦ୍ର ସେତୁରେ ଅତ୍ୟାଧୁନିକ ଗତିଶୀଳ ସ୍ଥାପତ୍ୟ ଆଲୋକ ବ୍ୟବସ୍ଥା କରାଯାଇଛି। ବନ୍ଦର ମନ୍ତ୍ରଣାଳୟର ଅନୁମୋଦନ ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।
ଏହି ଆଲୋକସଜ୍ଜାରେ ୩,୮୨୫ଟି ଆଲୋକ ବ୍ୟବସ୍ଥା ରହିଛି ଏବଂ ଏହାର ସମୁଦାୟ ସ୍ଥାପିତ କ୍ଷମତା ୩୮୫ କିଲୋୱାଟ୍‌। ଗତିଶୀଳ ଆଲୋକ ଓ ସମନ୍ୱିତ ଶବ୍ଦ ମାଧ୍ୟମରେ ବ୍ରିଜ୍‌ର ଗଠନ, ମୁଖ୍ୟ ସ୍ତମ୍ଭ ଓ ଅନ୍ୟାନ୍ୟ ଅଂଶକୁ ଆକର୍ଷଣୀୟ ଭାବେ ପ୍ରଦର୍ଶିତ କରାଯିବ।
ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ, ଦୁର୍ଗାପୂଜା, ଦୀପାବଳି ଓ ହୋଲି ଭଳି ବିଭିନ୍ନ ଜାତୀୟ ଦିବସ ଓ ପର୍ବପର୍ବାଣୀରେ ଏହି ଆଲୋକ ପ୍ରଦର୍ଶନ କରାଯିବ। ୨୨.୩୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଯାଦବପୁର ବିଶ୍ୱବିଦ୍ୟାଳୟ ଏହାର ବୈଷୟିକ ପରାମର୍ଶଦାତା ଥିଲା।
୭୦୫ ମିଟର ଲମ୍ବା ଏହି ଇସ୍ପାତ ଝୁଲା ସେତୁ କୋଲକାତା ଓ ହାୱଡ଼ାକୁ ସଂଯୋଗ କରେ। ୧୯୪୩ ଫେବ୍ରୁଆରୀ ୩ରେ ଏହା ଯାତାୟାତ ପାଇଁ ଖୋଲାଯାଇଥିଲା। ୧୯୬୫ରେ ରବୀନ୍ଦ୍ରନାଥ ଠାକୁରଙ୍କ ନାମରେ ଏହାର ନାମ ରବୀନ୍ଦ୍ର ସେତୁ ରଖାଯାଇଥିଲା। ପ୍ରତିଦିନ ପ୍ରାୟ ୧ ଲକ୍ଷ ଯାନବାହନ ଓ ୧.୫ ଲକ୍ଷରୁ ଅଧିକ ପଥଚାରୀ ଏହି ସେତୁ ଦେଇ ଯାତାୟାତ କରନ୍ତି।

Show More

Related Articles

Back to top button