Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ SIRକୁ ନେଇ AAPର ପ୍ରଶ୍ନ, ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (SIR)କୁ ନେଇ ଆମ୍‌ ଆଦମୀ ପାର୍ଟି (AAP) ପକ୍ଷରୁ ଉଠାଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ। କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ଭୋଟର ପଞ୍ଜୀକରଣ ସାଧାରଣ ବାସସ୍ଥାନଠାରୁ ଭିନ୍ନ ସ୍ଥାନରେ ଥିବା ପ୍ରସଙ୍ଗରେ ନିର୍ବାଚନ ଅଧିକାରୀ ଆଇନଗତ ବ୍ୟବସ୍ଥା ସ୍ପଷ୍ଟ କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ନ୍ୟାୟପାଳିକା ସଦସ୍ୟ, ଜନପ୍ରତିନିଧି, ଘୋଷିତ ପଦବୀଧାରୀ ଏବଂ କଳା, ସଂସ୍କୃତି, ସାମ୍ବାଦିକତା, କ୍ରୀଡ଼ା ଓ ସାଧାରଣ ସେବା କ୍ଷେତ୍ରର ବ୍ୟକ୍ତିଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ରଖାଯାଇଛି। ଦାବି ଓ ଆପତ୍ତି ପର୍ଯ୍ୟାୟରେ ଆବଶ୍ୟକ ଦସ୍ତାବିଜ ଯାଞ୍ଚ ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଜନପ୍ରତିନିଧିଙ୍କ କ୍ଷେତ୍ରରେ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୦(୧ବି) ଏବଂ ଘୋଷିତ ପଦବୀଧାରୀଙ୍କ କ୍ଷେତ୍ରରେ ଧାରା ୨୦(୪)ର ବ୍ୟବସ୍ଥା ଲାଗୁ ହେଉଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ର ଓ ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମେତ କିଛି ଘୋଷିତ ପଦବୀ ଏହି ବ୍ୟବସ୍ଥା ଅଧୀନରେ ରହିଛି।

ଏହା ପୂର୍ବରୁ AAP ନେତା ଅରବିନ୍ଦ କେଜରିୱାଲ ଓ ତାଙ୍କ ପରିବାରର ନାମ SIR ସମ୍ପର୍କିତ ଯାଞ୍ଚରେ ‘ଅନମ୍ୟାପ୍‌ଡ’ ଭାବେ ଚିହ୍ନଟ ହୋଇଥିବାକୁ ନେଇ ଦଳ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଥିଲା। ଅନ୍ୟପକ୍ଷରେ, ଦିଲ୍ଲୀ ବିଜେପି ପକ୍ଷରୁ SIR ନୋଟିସ୍‌ ପାଇଥିବା ଲୋକଙ୍କୁ ଆଇନଗତ ସହାୟତା ଓ ଭୋଟର ପଞ୍ଜୀକରଣ ପାଇଁ ଫର୍ମ-୬ ପୂରଣରେ ସହଯୋଗ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Show More

Related Articles

Back to top button