Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଶେଷ ମିନିଟରେ ବାଜି ପଲଟାଇଲେ ଅମନ, ଜିତିଲେ ସ୍ୱର୍ଣ୍ଣ

ଜାପାନରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କୁସ୍ତିଯୋଦ୍ଧା ଅମନ ସେହରାୱତ। ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ସେ ଉତ୍ତର କୋରିଆର ଚୋଙ୍ଗ ସଙ୍ଗଙ୍କୁ ୧୧-୭ ପଏଣ୍ଟରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ମୁକାବିଲା ଆରମ୍ଭରୁ ଅମନ ୨-୦ରେ ଆଗୁଆ ରହିଥିଲେ। ପ୍ରଥମ ତିନି ମିନିଟରେ ମଧ୍ୟ ସେ ନିଜ ଅଗ୍ରଣୀ ବଜାୟ ରଖିଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ଚୋଙ୍ଗ ସଙ୍ଗ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମୁକାବିଲାକୁ ନିଜ ସପକ୍ଷରେ ନେଇଥିଲେ। ଶେଷ ମିନିଟ ଆରମ୍ଭ ବେଳକୁ ସେ ୭-୬ରେ ଆଗରେ ଥିଲେ।

ମାତ୍ର ନିର୍ଣ୍ଣାୟକ ସମୟରେ ଅମନ ଦେଖାଇଥିଲେ ଚମତ୍କାର ଧୈର୍ଯ୍ୟ। ଚୋଙ୍ଗ ସଙ୍ଗଙ୍କ ଟେକଡାଉନ୍ ପ୍ରୟାସକୁ ପ୍ରତିହତ କରି ତାଙ୍କୁ ମ୍ୟାଟ୍‌ରେ କଚାଡ଼ି ଅମନ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲେ। ଉତ୍ତର କୋରିଆ ଦଳ ରେଫରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ତାହା ଅମନଙ୍କ ସପକ୍ଷରେ ଯାଇଥିଲା। ଶେଷରେ ୧୧-୭ରେ ବିଜୟୀ ହୋଇ ସେ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ଏହା ଏସୀୟ କ୍ରୀଡ଼ାରେ ଅମନଙ୍କ ପ୍ରଥମ ସ୍ୱର୍ଣ୍ଣ ପଦକ। ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୨୦ ସ୍ୱର୍ଣ୍ଣ, ୨୬ ରୌପ୍ୟ ଓ ୩୬ ବ୍ରୋଞ୍ଜ ସହ ମୋଟ ୮୨ଟି ପଦକ ଜିତିଛି।

Show More

Related Articles

Back to top button