Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଗାମୀ ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତି

ନିତିନ ନବୀନଙ୍କ ବୈଠକ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି ଜୋରଦାର କରିଛି ବିଜେପି। ଏନେଇ ଶୁକ୍ରବାର ଦଳର ଜାତୀୟ ସଭାପତି ନିତିନ ନବୀନ ଦଳର ଜାତୀୟ ସାଧାରଣ ସମ୍ପାଦକମାନଙ୍କ ସହ ବୈଠକ କରି ସାଂଗଠନିକ ପ୍ରସଙ୍ଗ ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ଆଲୋଚନା କରିଛନ୍ତି।

ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ନବୀନ କହିଛନ୍ତି, ଦଳୀୟ ମୁଖ୍ୟାଳୟରେ ଜାତୀୟ ସାଧାରଣ ସମ୍ପାଦକମାନଙ୍କ ସହ ବିଭିନ୍ନ ସାଂଗଠନିକ ବିଷୟ ଓ ଆଗାମୀ କାର୍ଯ୍ୟଯୋଜନା ନେଇ ବିସ୍ତୃତ ଆଲୋଚନା ହୋଇଛି।

ଏହି ବୈଠକ ଦିନ ବିଜେପି ଆସାମର ନଗାଓଁ ଲୋକସଭା ଆସନ ଏବଂ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳକୁ ନେଇ ଉତ୍ସବ ପାଳନ କରିଥିଲା।

ଏହା ପୂର୍ବରୁ ଗୁରୁବାର ନିର୍ବାଚନ କମିଶନଙ୍କ ବିରୋଧରେ ବିରୋଧୀ ଦଳଙ୍କ ପ୍ରତିବାଦକୁ ନେଇ କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟକୁ ସମାଲୋଚନା କରିଥିଲେ ନବୀନ। ନିର୍ବାଚନୀ ଫାଇଦା ହାସଲ ଉଦ୍ଦେଶ୍ୟରେ ବିରୋଧୀ ଏଭଳି ପ୍ରତିବାଦ କରୁଥିବା ସେ ଅଭିଯୋଗ କରିଥିଲେ।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ମେଣ୍ଟକୁ ଟାର୍ଗେଟ୍ କରି ନବୀନ କହିଥିଲେ ଯେ ସେମାନେ ନିର୍ବାଚନ କମିଶନଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। କେରଳ ଓ ତାମିଲନାଡୁରେ ମଧ୍ୟ ସେହି ନିର୍ବାଚନ କମିଶନ ନିର୍ବାଚନ କରାଇଥିଲେ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଏଥିସହ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦାବି କରିଥିଲେ ବିଜେପି ସଭାପତି।

Show More

Related Articles

Back to top button