Breaking PLUSଅପରାଧଆଇନ କାନୁନଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ଅମିତାଭଙ୍କ ବାସଭବନକୁ ବୋମା ଧମକ

ନଭେମ୍ବର ୨୭ରେ ଦିଲଜିତଙ୍କୁ ଟାର୍ଗେଟ୍‌ କରିବା ନେଇ ଇମେଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କୁ ବୋମା ଧମକ ମିଳିଛି। ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟକୁ ଆସିଥିବା ଏକ ଧମକପୂର୍ଣ୍ଣ ଇମେଲ୍‌ରେ ଉଭୟ କଳାକାରଙ୍କ ନାମ ଉଲ୍ଲେଖ ରହିଛି। ଏହାକୁ ନେଇ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଇମେଲ୍‌ରେ ଅମିତାଭଙ୍କ ବାସଭବନ ‘ଜଲ୍‌ସା’କୁ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି। ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଏହି ବଙ୍ଗଳାକୁ ଟାର୍ଗେଟ୍‌ କରାଯିବ ବୋଲି ଇମେଲ୍‌ରେ ଦାବି କରାଯାଇଛି। ସେହିପରି ନଭେମ୍ବର ୨୭ରେ ଦିଲଜିତ ଦୋସାଞ୍ଜଙ୍କୁ ଆତ୍ମଘାତୀ ବୋମା ଆକ୍ରମଣରେ ହତ୍ୟା କରିବାକୁ ଧମକ ଦିଆଯାଇଛି। ଅମିତାଭଙ୍କ ପାଦ ଛୁଇଁଥିବାରୁ ଦିଲଜିତଙ୍କୁ ଟାର୍ଗେଟ୍‌ କରାଯାଇଥିବା ଇମେଲ୍‌ରେ ଉଲ୍ଲେଖ ରହିଛି।

ପୁଲିସ ସୂଚନା ଅନୁଯାୟୀ, ଧମକ ମିଳିବା ପରେ ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ଇମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଚାଲିଛି।

ଏପଟେ ଶୁକ୍ରବାର ମୁମ୍ବାଇର ଚାରିଟି ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଥିଲା। ତେବେ ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଜଣାପଡ଼ିଛି ଏକାଧିକ ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାଗୁଡ଼ିକର ତଦନ୍ତ କରୁଛନ୍ତି।

Show More

Related Articles

Back to top button