Breaking PLUSଆଇନ କାନୁନଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ଦୀପାବଳିରେ ବାଣ ଫୁଟାଇବାକୁ ଓପିସିବିର ଗାଇଡ୍‌ଲାଇନ୍‌, ରାତି ୯ଟା ଯାଏଁ ଅନୁମତି

ଦୀପାବଳିରେ ବାଣ ଫୁଟାଇବା ନେଇ ମାର୍ଗଦର୍ଶିକା ଜାରି କରିଛି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓପିସିବି)। ଶନିବାର ଜାରି ଏହି ଗାଇଡ୍‌ଲାଇନ୍‌ରେ ପରିବେଶ ସୁରକ୍ଷା ସହ ଲୋକଙ୍କ ନିରାପତ୍ତା ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କେବଳ ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ଉଦ୍ୟାନ, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ସ୍ଥଳ ଭଳି ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବା ନିଷେଧ କରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ।

ବାଣ କିଣିବା ସମୟରେ ତାହା ଅନୁମୋଦିତ ଓ ପ୍ରାମାଣିକ କି ନୁହେଁ, ଯାଞ୍ଚ କରିବାକୁ କୁହାଯାଇଛି। ପ୍ୟାକେଟ୍‌ରେ ସିଏସ୍‌ଆଇଆର୍‌-ନିରି ଲୋଗୋ ଓ କ୍ୟୁଆର୍‌ କୋଡ୍‌ ଥିବା ଆବଶ୍ୟକ। ବାଣ ତିଆରିରେ ବାରିୟମ୍‌ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିପରି ପିଲାମାନେ ବାଣ ଫୁଟାଇବା ବେଳେ ବଡ଼ମାନେ ସେମାନଙ୍କ ପାଖରେ ରହିବା ଉଚିତ। ଫୁଟି ନଥିବା ବାଣକୁ ପୁଣି ଥରେ ଜଳାଇବାକୁ ଚେଷ୍ଟା ନ କରିବାକୁ ସତର୍କ କରାଯାଇଛି। ଦୀପାବଳି ପାଳନ ସମୟରେ ଅନ୍ୟମାନଙ୍କ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବୋର୍ଡ ପରାମର୍ଶ ଦେଇଛି।

Show More

Related Articles

Back to top button