Breaking PLUSଦେଶଦେଶ ବିଦେଶନିଯୁକ୍ତିବ୍ୟକ୍ତିତ୍ୱମୁଖ୍ୟ ଖବର

ବାୟୁସେନାର ନୂଆ ମୁଖ୍ୟ ଆଶୁତୋଷ ଦୀକ୍ଷିତ, ଅମର ପ୍ରୀତ ସିଂହଙ୍କ ଅବସର

ଭାରତୀୟ ବାୟୁସେନାର ନେତୃତ୍ୱରେ ପରିବର୍ତ୍ତନ ହୋଇଛି। ଶନିବାର ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ ୨୯ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଅନ୍ୟପଟେ, ୨୮ତମ ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହ ୪୨ ବର୍ଷର ସାମରିକ ସେବା ପରେ ଅବସର ନେଇଛନ୍ତି।

୧୯୮୬ ଡିସେମ୍ବର ୬ରେ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ଯୋଗ ଦେଇଥିବା ଆଶୁତୋଷ ଦୀକ୍ଷିତଙ୍କର ୩,୫୦୦ ଘଣ୍ଟାରୁ ଅଧିକ ବିମାନ ଉଡ଼ାଣ ଅଭିଜ୍ଞତା ରହିଛି। ସେ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ୍ ଓ ଫ୍ଲାଇଂ ଇନଷ୍ଟ୍ରକ୍ଟର। ମିରାଜ୍-୨୦୦୦, ମିଗ୍, ଜାଗୁଆର, ହକ୍ ଓ ତେଜସ୍‌ ସମେତ ବିଭିନ୍ନ ଯୁଦ୍ଧବିମାନ ଉଡ଼ାଇଛନ୍ତି।

କ୍ୟାରିୟରରେ ସେ ହେଡକ୍ୱାର୍ଟର୍ସ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍‌ରେ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ଏବଂ ସେଣ୍ଟ୍ରାଲ ଏୟାର କମାଣ୍ଡର ମୁଖ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ଅପରେସନ ସଫେଦ ସାଗର, ରକ୍ଷକ ଓ ସିନ୍ଦୂରରେ ମଧ୍ୟ ତାଙ୍କର ଅଂଶଗ୍ରହଣ ରହିଛି। ୨୦୨୬ ଜୁଲାଇ ୧ରେ ସେ ଉପବାୟୁସେନା ମୁଖ୍ୟ ହୋଇଥିଲେ।

ଅମର ପ୍ରୀତ ସିଂହ ୨୦୨୪ ସେପ୍ଟେମ୍ବର ୩୦ରେ ବାୟୁସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ୫,୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି। ମିଗ୍-୨୧, ମିଗ୍-୨୯, ସୁଖୋଇ-୩୦ଏମ୍‌କେଆଇ ଓ ତେଜସ୍ ଭଳି ବିମାନ ଉଡ଼ାଇବା ସହ ସ୍ୱଦେଶୀ ତେଜସ୍‌ର ଉଡ଼ାଣ ପରୀକ୍ଷଣରେ ସେ ଯୋଗଦାନ ଦେଇଥିଲେ।

Show More

Related Articles

Back to top button