Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

କେନାଲ ପୋଲରେ ପିଟିହେଲା କାର୍‌, ୩ ଯୁବକ ମୃତ

 

ହରିୟାଣାର କୈଥଲ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଶନିବାର ରାତି ପ୍ରାୟ ୨ଟାରେ ପାଇ ଓ ସିସମୋର ଗାଁ ମଧ୍ୟରେ ଏକ କାର୍‌ କେନାଲ ପୋଲରେ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା।

ସୂଚନା ଅନୁଯାୟୀ, କରୋଡ଼ା ଗାଁର ୬ ଜଣ ଯୁବକ ଧାନ ଅମଳ କାମ ସାରି କୈଥଲ ଅଭିମୁଖେ ଯାଉଥିଲେ। ରାସ୍ତାରେ କେନାଲ ପୋଲ ନିକଟରେ ସେମାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ନାଗରିକ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ନବଦୀପ (୧୯), ପ୍ରଦୀପ (୨୭) ଓ ଅଜୟ (୨୨)ଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ତିନି ଜଣ ଗୋଟିଏ ପରିବାରର ସଦସ୍ୟ ଏବଂ କରୋଡ଼ା ଗାଁର ବାସିନ୍ଦା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଦୁର୍ଘଟଣାରେ ଆହତ ଅନ୍ୟ ତିନି ଜଣଙ୍କ ଚିକିତ୍ସା ଚାଲିଛି।

Show More

Related Articles

Back to top button