୧୯ ତାରିଖରେ ୪୫ ମିନିଟ୍ ବନ୍ଦ ରହିବ SBIର UPI ସେବା

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ନଭେମ୍ବର ୧୯ ତାରିଖରେ ୪୫ ମିନିଟ୍ ପାଇଁ ବନ୍ଦ ରହିବ ବ୍ୟାଙ୍କର ୟୁପିଆଇ (UPI) ସେବା। ନିର୍ଦ୍ଧାରିତ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଏହି ସେବା ସାମୟିକ ଭାବେ ବନ୍ଦ ରଖାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ୟାଙ୍କର ସୂଚନା ଅନୁସାରେ, ନଭେମ୍ବର ୧୯ ତାରିଖ ଅପରାହ୍ନ ୧ଟା ୧୫ରୁ ୨ଟା ପର୍ଯ୍ୟନ୍ତ UPI ସେବା ଉପଲବ୍ଧ ହେବ ନାହିଁ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ମେଣ୍ଟେନାନ୍ସ କାର୍ଯ୍ୟ ଶେଷ ହୋଇପାରେ। ଏହି ସମୟରେ ଗ୍ରାହକମାନେ ବିକଳ୍ପ ଭାବେ UPI Lite ବ୍ୟବହାର କରିପାରିବେ।
UPI Lite ଜରିଆରେ ଛୋଟ ଛୋଟ ଅର୍ଥରାଶିର କାରବାର କରିହେବ। ଏଥିରେ ପୂର୍ବରୁ ୱାଲେଟ୍ରେ ଟଙ୍କା ରଖି ପ୍ରତି କାରବାରରେ UPI PIN ଦେବା ବିନା ପେମେଣ୍ଟ କରିହେବ। ଆରବିଆଇର ନିୟମ ଅନୁସାରେ, ଏଥିରେ ପ୍ରତି କାରବାରର ସର୍ବାଧିକ ସୀମା ୧,୦୦୦ ଟଙ୍କା ଏବଂ ୱାଲେଟ୍ରେ ସର୍ବାଧିକ ୫,୦୦୦ ଟଙ୍କା ରଖିହେବ।
ତେଣୁ ଏହି ସମୟ ମଧ୍ୟରେ UPI ଜରିଆରେ ଟଙ୍କା ପଠାଇବା କିମ୍ବା ପେମେଣ୍ଟ କରିବାର ଆବଶ୍ୟକତା ଥିଲେ ଗ୍ରାହକମାନେ ଆଗୁଆ ବିକଳ୍ପ ବ୍ୟବସ୍ଥା କରି ରଖିବାକୁ ପରାମର୍ଶ ଦିଆଯାଇଛି। ମେଣ୍ଟେନାନ୍ସ କାର୍ଯ୍ୟ ଶେଷ ହେବା ପରେ UPI ସେବା ପୁଣି ସ୍ୱାଭାବିକ ହେବ।


