Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକଙ୍କୁ ପିଟିପିଟି ହତ୍ୟା

 

ଢେଙ୍କାନାଳ: ୭ ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଉଛନ୍ତି ଇନ୍ଦିପୁର ଗାଁର ଜିତେନ୍ଦ୍ର ପ୍ରଧାନ।

ସୂଚନା ଅନୁସାରେ, ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ନେଇ ଯୁବକଙ୍କ ବିରୋଧରେ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ନାବାଳିକାର ବାପା ଓ ମାମୁ ଅଭିଯୁକ୍ତଙ୍କୁ ଏକ ଘରେ ବାନ୍ଧି ରଖିଥିଲେ। ପରେ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଖବର ପାଇ ସଦର ଥାନା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଛି।

ଘଟଣାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ ନାବାଳିକାର ବାପା ଓ ମାମୁଙ୍କୁ ଗିରଫ କରାଯାଇଛି। ଅନ୍ୟ ଆକ୍ରମଣକାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଜାରି ରହିଛି।

Show More

Related Articles

Back to top button