Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ନିଶାମୁକ୍ତିରୁ ସାଇବର ସୁରକ୍ଷା, ‘ମନ୍ କି ବାତ୍‌’ରେ ମୋଦୀଙ୍କ ବାର୍ତ୍ତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୪୦ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଯୁବପିଢ଼ିଙ୍କ ଭବିଷ୍ୟତ, ନିଶାମୁକ୍ତି, ଡିଜିଟାଲ୍‌ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତି ସମେତ ଅନେକ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ଦେଶରେ ନିଶା ସେବନ ବିରୋଧୀ ଅଭିଯାନକୁ ଜୋରଦାର କରିବା ସହ ଯୁବପିଢ଼ିଙ୍କୁ ଏହାର କୁପ୍ରଭାବ ସମ୍ପର୍କରେ ସଚେତନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ସାଇବର ଠକେଇ ରୋକିବାରେ ସକ୍ରିୟ ଭୂମିକା ନେଇଥିବା ନାଗରିକଙ୍କୁ ପ୍ରଶଂସା କରିଛନ୍ତି। ‘ସଞ୍ଚାର ସାଥୀ’ ଆପ୍‌ ଜରିଆରେ ୫ ହଜାର କୋଟି ଟଙ୍କାରୁ ଅଧିକ ଆର୍ଥିକ କ୍ଷତି ରୋକାଯାଇଥିବା ବେଳେ ୩ କୋଟିରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍‌ କରିଥିବା ସେ ସୂଚନା ଦେଇଛନ୍ତି।

ସରକାରୀ ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି ପାଇଁ ‘ମିଶନ କର୍ମଯୋଗୀ’ର ଭୂମିକା ଉପରେ ମଧ୍ୟ ମୋଦୀ ଗୁରୁତ୍ୱ ଦେଇଛନ୍ତି। ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ପୋଲିସ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କ ସେବାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। କର୍ମଯୋଗୀ ଡିଜିଟାଲ୍‌ ପ୍ଲାଟଫର୍ମରେ ୧୭ଟି ଭାରତୀୟ ଭାଷାରେ ୭ ହଜାରରୁ ଅଧିକ ଅନଲାଇନ୍‌ ପାଠ୍ୟକ୍ରମ ରହିଛି। ଏହା ସରକାରୀ କର୍ମଚାରୀଙ୍କୁ ନିଜ ଦକ୍ଷତା ବିକାଶର ସୁଯୋଗ ଦେଉଛି।

ଏଥିସହ କୃତ୍ରିମ ବୁଦ୍ଧିମତ୍ତା, ନୂତନ ପ୍ରଯୁକ୍ତି ଓ ଭାରତୀୟ ସାଙ୍କେତିକ ଭାଷା ପ୍ରତି ବଢ଼ୁଥିବା ଆଗ୍ରହକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ‘ନାଗରିକ ଦେବୋ ଭବ’ ମନ୍ତ୍ରକୁ ଆଧାର କରି ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

Show More

Related Articles

Back to top button