Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମିଳିମିଳାରେ ଥରୁଛି ବାଂଲାଦେଶ, ଗଲାଣି ୧୩୮୯ ଜୀବନ

ବାଂଲାଦେଶରେ ମିଳିମିଳା ସଂକ୍ରମଣ ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। ଚଳିତ ବର୍ଷ ଏହି ରୋଗରେ ୧,୩୮୯ ଜଣଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରବିବାର ସକାଳ ସୁଦ୍ଧା ନୂଆ ୧,୨୬୯ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ ସନ୍ଦିଗ୍ଧ ମାମଲା ୨,୬୫,୦୭୪ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ମାର୍ଚ୍ଚ ୧୫ରୁ ଏପର୍ଯ୍ୟନ୍ତ ୨,୩୭,୬୪୭ ଜଣ ସନ୍ଦିଗ୍ଧ ମିଳିମିଳା ରୋଗୀ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨,୨୮,୪୯୫ ଜଣ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି।

ଏହି ମହାମାରୀ ପରିସ୍ଥିତି ପାଇଁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ସରକାରୀ ଅବହେଳା ଓ ଦୁର୍ବଳ ଟିକାକରଣ ବ୍ୟବସ୍ଥାକୁ ଦାୟୀ କରିଥିଲେ। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ପୂର୍ବତନ ଅନ୍ତରୀଣ ସରକାରଙ୍କ ରାଜନୈତିକ ଓ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ଟିକା କିଣା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ସେ ଅଭିଯୋଗ କରିଥିଲେ। ତାଙ୍କ ଅନୁସାରେ, ୨୦୨୬ ମାର୍ଚ୍ଚରେ ମିଳିମିଳା-ରୁବେଲା ଟିକାର ମହଜୁଦ ଶେଷ ହୋଇଯାଇଥିଲା। ଏହାଦ୍ୱାରା ଟିକାକରଣ ହାର ହ୍ରାସ ପାଇଥିବା ସହ ଠିକ୍‌ ସମୟରେ ଅତିରିକ୍ତ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିନଥିବା ସେ ଦାବି କରିଥିଲେ।

Show More

Related Articles

Back to top button