ଅବତରଣ ସମୟରେ ରନ୍ଓ୍ବେରୁ ଖସି ହ୍ରଦ ପାଣିରେ ବୁଡ଼ି ଯାଇଥିଲା ମାଲବାହୀ ବିମାନ । ଏଭଳି ଦୁର୍ଘଟଣା ଘଟିଛି ଫ୍ରାନ୍ସର ମଣ୍ଟପେଲିୟର ସିଟି ବିମାନବନ୍ଦରରେ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ଦୁର୍ଘଟଣା ପରେ ଯାତ୍ରୀ ଏବଂ ମାଲ୍ ପରିବହନ ପାଇଁ ବିମାନ ବନ୍ଦର ବନ୍ଦ ରହିଥିଲା।ଏହି ସମୟରେ ବିମାନର ଆଗ ଭାଗ ପ୍ରାୟ ଅଧା ପାଣି ଭିତରକୁ ଚାଲିଯାଇଥିଲା ଇଞ୍ଜିନଟି ସଂପୂର୍ଣ୍ଣ ପାଣିରେ ବୁଡି ଯାଇଥିଲା । ଏହାକୁ ବାହାର କରିବାକୁ ବର୍ତ୍ତମାନ ଚେଷ୍ଟା ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ , ଶନିବାର ସକାଳେ ବୋଇଙ୍ଗ ୭୩୭ ପ୍ୟାରିସ ଚାଲର୍ସ ଡି ଗଲ ବିମାନବନ୍ଦରରୁ ମଣ୍ଟପେଲିଅର୍ ଅଭିମୁଖେ ଯାତ୍ରା କରିଥିଲା। ଏହି ସମୟରେ, ମଣ୍ଟପେଲିଅର୍ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ରନଓ୍ବେକୁ ଯାଇ ନିକଟସ୍ଥ ହ୍ରଦରେ ବୁଡ଼ି ଯାଇଥିଲା। ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।