ଦୁର୍ଘଟଣାମୁଖ୍ୟ ଖବର

ଦୁଇ ବସ ମଧ୍ୟରେ ଭୟଙ୍କର ଧକ୍କା: ୨୦ରୁ ଅଧିକ ଆହତ, ୧୦ ଗୁରୁତର

 

ସାଲେପୁର ଥାନା ଅନ୍ତର୍ଗତ କଟକ–ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଆଜି ସକାଳେ ଦୁଇଟି ଘରୋଇ ବସ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି।

ଘଟଣାବେଳେ ଉଭୟ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୦ ଜଣ ଗୁରୁତର ଆହତଙ୍କୁ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, “ମହାଲକ୍ଷ୍ମୀ” ଓ “ପପୁ” ନାମକ ଦୁଇଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ। କିଏ ପ୍ରଥମେ ଆଗାମୀ ଷ୍ଟପେଜ୍‌କୁ ପହଞ୍ଚିବ ସେଥିପାଇଁ ଦୁଇ ବସ୍‌ ମଧ୍ୟରେ ପ୍ରତିଯୋଗିତା ମନୋଭାବରେ ଦ୍ରୁତ ଗତିରେ ଚଳାଯାଉଥିଲା।

ଭାତପଡା ନିକଟରେ “ମହାଲକ୍ଷ୍ମୀ” ବସ୍ ହଠାତ୍ ଦ୍ରୁତ ଗତିରେ “ପପୁ” ବସ୍‌କୁ ଓଭରଟେକ୍ କରିବାକୁ ଯାଇ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଆହତ ଯାତ୍ରୀମାନଙ୍କ କହିବା ଅନୁଯାୟୀ, ବସ୍‌ମାଲିକମାନଙ୍କ ଟାଇମିଂ ଚାପ ଓ ଅଧିକ ଅର୍ଥ ରୋଜଗାର ପାଇଁ ପ୍ରତିଯୋଗିତାମୂଳକ ଗାଡ଼ି ଚଳାଇବା ମନୋଭାବ ଏହି ଦୁର୍ଘଟଣାର ମୂଳ କାରଣ।

ଏହିପରି ଅବହେଳାପୂର୍ଣ୍ଣ ଚାଳନା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଥିବାରୁ, ସଂପୃକ୍ତ ଡ୍ରାଇଭର ଓ ବସ୍‌ମାଲିକଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି ହେଉଛି।

Show More

Related Articles

Back to top button