ଲ୍ୟାଣ୍ଡିଂ ବେଳେ ତାଞ୍ଜାନିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ରବିବାର ତାଞ୍ଜାନିଆରେ ଯାତ୍ରୀ ବିମାନ ଲ୍ୟାଣ୍ଡିଂ ସମୟରେ ଉତ୍ତର-ପଶ୍ଚିମ ସହର ବୁକୋବାର ଏୟାରପୋର୍ଟ ପାର୍ଶ୍ୱ ହ୍ରଦରେ ଖସି ପଡ଼ିଥିଲା। ବୁକୋବା ଏୟାରପୋର୍ଟର ରନୱେର ଏକ ଭାଗ ଆଫ୍ରିକାର ସବୁଠାରୁ ବଡ଼ ହ୍ରଦ ଭିକ୍ଟୋରିଆ ଲେକ୍ର ଠିକ୍ ପାର୍ଶ୍ୱରେ ରହିଛି।
ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନ ପ୍ରିସିଜନ ଏୟାରଲାଇନ୍ସର ଏକ ଘରୋଇ ବିମାନ ଥିଲା। ବିମାନରେ ଥିବା ୪୯ ଜଣଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଏହି ତଥ୍ୟ ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ ବୋଲି ସ୍ଥାନୀୟ ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।