
ଟେକ୍ସାସ୍ର ଡାଲାସ୍ ଆକାଶରେ ଏୟାର୍ସୋ ପ୍ରଦର୍ଶନ ବେଳେ ଭୟଙ୍କର ଦୂର୍ଘଟଣା । ଶନିବାର ଦିନ ଏଭଳି ଅଘଟଣ ଘଟିଥିବାବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ୨ଟି ବିମାନ ପରସ୍ପର ସହିତ ଧକ୍କା ଖାଇ ତଳକୁ ଖସି ପୋଡ଼ିଯାଇଛନ୍ତି । ଫଳରେ ୬ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଏନେଇ ଫେଡେରାଲ୍ ଅଧିକାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି ।
‘ଫେଡେରାଲ୍ ଏଭିଏସନ୍ ଆଡ୍ମିନଷ୍ଟ୍ରେସନର’ କହିବା ମୁତାବକ,ଶନିବାର ଅପରାହ୍ଣ ୧.୨୦ରେ ‘ୱିଙ୍ଗ୍ସ୍ ଓଭର୍ ଡାଲାସ୍ ଏୟାର୍ସୋ’ ପ୍ରଦର୍ଶନ ବେଳେ ‘ଡାଲାସ୍ ଏକ୍ଜିକ୍ୟୁଟିଭ୍ ଏୟାର୍ପୋର୍ଟ’ ଉପର ଆକାଶରେ ଗୋଟାଏ ‘ବୋଇଙ୍ଗ୍ ବି-୧୭ ଫ୍ଲାଇଙ୍ଗ୍ ଫୋର୍ଟରେସ୍’ ବୋମାବର୍ଷଣକାରୀ ଏବଂ ଗୋଟାଏ ‘ପି-୬୩ କିଙ୍ଗ୍କୋବ୍ରା’ ଲଢୁଆ ବିମାନ ପରସ୍ପର ସହିତ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ମୃତକଙ୍କ ସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ତେବେ ବିମାନ ଦୁର୍ଘଟଣାର ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛନ୍ତି ‘ଫେଡେରାଲ୍ ଏଭିଏସନ୍ ଆଡ୍ମିନଷ୍ଟ୍ରେସନ୍’ ଏବଂ ‘ନ୍ୟାସ୍ନାଲ୍ ଟ୍ରାନ୍ସ୍ପୋର୍ଟେସନ୍ ସେଫ୍ଟି ବୋର୍ଡ’ ।



