
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଦଳ ପକ୍ଷରୁ ଲଗାତାର କଡ଼ା ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦିଆଯାଇଥିବାବେଳେ, ଏବେ ତାଙ୍କୁ ମିଳିଥିବା Z+ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପଞ୍ଜାବ ସରକାର ପ୍ରତ୍ୟାହାର କରିଛି।
ଦଳର ଏହି ପଦକ୍ଷେପ ପରେ ରାଘବ ଚଡ୍ଡା ସିଧାସଳଖ ଭାବେ ନିଜ ଦଳକୁ ଟାର୍ଗେଟ କରିଥିବା କଥା ସମ୍ମୁଖରେ ଆସିଛି, ଯାହାରେ ଦଳ ଭିତରେ ମତଭେଦ ବଢ଼ିବାର ସଙ୍କେତ ମିଳୁଛି।
ଆପ୍ ପକ୍ଷରୁ ଅଭିଯୋଗ ହେଉଛି ଯେ, ରାଘବ ଚଡ୍ଡା ସଂସଦରେ ଦେଶର ମୁଖ୍ୟ ପ୍ରସଙ୍ଗ ଉଠାଇବା ପ୍ରତିବଦ୍ଧ ନହୋଇ ନିଜସ୍ୱ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ସେହିପରି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ବିଜେପି ନେତାଙ୍କୁ ଟାର୍ଗେଟ କରୁନଥିବାରୁ ମଧ୍ୟ ଦଳ ଅସନ୍ତୁଷ୍ଟ ଥିବା କୁହାଯାଉଛି।
ଏହି କାରଣରୁ ଏପ୍ରିଲ ୨ରେ ତାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇ ଦିଆଯାଇଥିଲା। ଏବେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହଟାଇ ଦେବା ସହ ଦଳ ତାଙ୍କ ବିରୋଧରେ ଆହୁରି କଠୋର ମନୋଭାବ ଦେଖାଇଛି।
ଏପରି ସମୟରେ ରିପୋର୍ଟ ଅନୁସାରେ, ରାଘବ ଚଡ୍ଡା ଭବିଷ୍ୟତରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ ଜୋର ଧରିଛି। ଏହି ଅନୁମାନକୁ ଆଧାର କରି ସେ ବିଜେପି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁନଥିବା କଥା ଆପ୍ ଶିବିରରେ ଚର୍ଚ୍ଚାରେ ରହିଛି।
ତଥାପି, ଏହି ସମସ୍ତ ଘଟଣାକୁ ନେଇ ରାଘବ ଚଡ୍ଡା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ପ୍ରତିକ୍ରିୟା ଆସିନାହିଁ। ଏହି ପରିସ୍ଥିତିରେ ଆପ୍ ଓ ରାଘବ ଚଡ୍ଡାଙ୍କ ମଧ୍ୟରେ ବିବାଦ ଆଗାମୀ ଦିନରେ ଆହୁରି ତୀବ୍ର ହେବାର ସମ୍ଭାବନା ଦେଖାଯାଉଛି।



