Breaking PLUSଦେଶମୁଖ୍ୟ ଖବର
ମହାକୁମ୍ଭରେ ନିଆଁ ଲାଗି ଜଳିଗଲା 18ଟି ତମ୍ବୁ

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ରବିବାର ଅଘଟଣ ଘଟିଛି। ୧୯ ନମ୍ବର ସେକ୍ଟରସ୍ଥିତ ଗୋଟିଏ ତମ୍ବୁରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଏହି ନିଆଁ ପାର୍ଶ୍ବବର୍ତ୍ତୀ ତମ୍ବୁଗୁଡିକୁ ବ୍ୟାପିଥିଲା। ଏଥିଯୋଗୁଁ ପ୍ରାୟ ୧୮ଟି ତମ୍ଭୁ ପୋଡି ପାଉଁଶ ହୋଇଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। କୁମ୍ଭସ୍ଥଳରେ ମୁତୟନ ଏକାଧିକ ଦମକଳ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ପୁଲିସ ଓ ଦମକଳ ବାହିନୀକୁ ସହାୟତା କରିବାକୁ ଏନଡିଆରଏଫ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚିଥିଲା। ପାଖାପାଖି ତମ୍ବୁଗୁଡିକରୁ ଶ୍ରଦ୍ଧାଳୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।