ମୁଖ୍ୟ ଖବରରାଜନୀତି

ଭୋଟ ଗଣନା ପୂର୍ବରୁ ପଶ୍ଚିମବଙ୍ଗରେ ଅତିରିକ୍ତ ପର୍ଯ୍ୟବେକ୍ଷକ ନିଯୁକ୍ତ

ପଶ୍ଚିମବଙ୍ଗ: ଭୋଟ ଗଣନା ପୂର୍ବରୁ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିର୍ବାଚନ ଆୟୋଗ  ଶନିବାର ରାଜ୍ୟରେ ୧୬୫ ଜଣ ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ଏବଂ ୭୭ ଜଣ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ଏହି ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକମାନେ ପୂର୍ବରୁ ପ୍ରତି ନିର୍ବାଚନମଣ୍ଡଳୀରେ ନିୟୋଜିତ ୨୯୪ ଜଣ ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିବେ। ସେହିପରି ପୁଲିସ ପର୍ଯ୍ୟବେକ୍ଷକମାନେ ଗଣନା କେନ୍ଦ୍ର ବାହାରେ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବେ।

ନିର୍ବାଚନ ଆୟୋଗ ସୂଚନା ଦେଇଛି ଯେ, ସାଧାରଣତଃ ଭୋଟ ଗଣନା ସମୟରେ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ ହୁଏନି, କିନ୍ତୁ ଏଥର ବିଶେଷ ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ସେମାନଙ୍କୁ ଗଣନା କେନ୍ଦ୍ରଭିତରେ ପ୍ରବେଶ ଅନୁମତି ନ ଥାଇ, ବାହାରେ ମାତ୍ର ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ଦିଆଯାଇଛି।

ଏହି ବ୍ୟବସ୍ଥା ମାଧ୍ୟମରେ ଭୋଟ ଗଣନା ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ପାରଦର୍ଶୀ ଭାବେ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।

Show More

Related Articles

Back to top button