Breaking PLUSଦେଶମୁଖ୍ୟ ଖବର
ଆକାଶ ମାର୍ଗରୁ ମୋନ୍ଥା କ୍ଷୟକ୍ଷତିର ଆକଳନ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଆନ୍ଧ୍ର ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ମୋନ୍ଥା । ମୋନ୍ଥା ମାଡ଼ରେ ଆନ୍ଧ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷ ଏକର ଫସଲ କ୍ଷତିଗ୍ରସ୍ତ ହୋଇଛି । ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି ।
ମଙ୍ଗଳବାର ମଧ୍ୟରାତ୍ରିରେ ଅମରାବତି ନିକଟ ନରସାପୁରରେ ମୋନ୍ଥାରେ ସ୍ଥଳଭାଗ ଛୁଇଁବା ପରେ ଧ୍ୱଂସ ଖେଳାଇବା ଆରମ୍ଭ କରିଥିଲା ବାତ୍ୟା । ଫଳରେ ଦେଢ ଲକ୍ଷ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଫଳରେ ବିଦ୍ୟୁତ୍ ଓ ପରିବହନ ପ୍ରବଳ ବ୍ୟାଘାତ ହୋଇଛି, ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନାଇଡୁ ଏରିଏଲ ସର୍ଭେ କରିବା ସହ ରିଲିଫ୍ ଶିବିର ପରିଦର୍ଶନ କରିଛନ୍ତି ।



