ଅନୁଚିନ୍ତା
ଆଜିର ଅନୁଚିନ୍ତା

🦋ମଣିଷ ସଂସାରରୁ ଚାଲିଯିବା ପରେ ସମାଜ ତା’ ନାମ କୁ ଭୁଲି ଯାଇପାରେ କିନ୍ତୁ ତା’ କର୍ମ କୁ ଭୁଲେ ନାହିଁ, ତେଣୁ ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ ଯେ ଆପଣ ଜୀବିତ ଥିବା ବେଳେ ସଭିଏଁ ଆପଣଙ୍କୁ ଭଲ ପାଇବେ ଆଉ ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ ଆପଣଙ୍କୁ ସମସ୍ତେ ମନେ ରଖିବେ ।
🦋ମନ ଶାନ୍ତ ଓ ନିଶ୍ଚଳ ରହିଲେ ବିଜୟ ଅବଶ୍ୟମ୍ଭାବୀ I ଏହା ଶୀତଳ ଲୁହା ପରି , ଯାହା ଉତ୍ତପ୍ତ ଲୌହକୁ କାଟିପାରେ ଓ ବଙ୍କା କରିପାରେ I
🦋ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ ସଫଳତା ନିଜ ପ୍ରୟାସରେ ମିଳିଥାଏ , ଅନ୍ୟର ପରାଜୟରେ ନୁହେଁ ।
🦋ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥୁବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।