Breaking PLUSଓଡ଼ିଶାମୁଖ୍ୟ ଖବର
ବାହାଘର ବରଯାତ୍ରୀ ପ୍ରସେସନରେ ଗୁଳିକାଣ୍ଡ; ୨ ଗୁରୁତର

ଅନୁଗୁଳ: ବାହାଘର ବରଯାତ୍ରୀ ପ୍ରସେସନରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୨ ଗୁରୁତର ହୋଇଛନ୍ତି ।ଅନୁଗୁଳର ଆଠମଲିକ ଥାନା ବେଲପୁଞ୍ଜି ଗାଁରେ ଅଘଟଣ ଘଟିଛି ।
ସୂଚନାନୁସାରେ, ବୌଦ୍ଧ ମନୋମୁଣ୍ଡା ଅଞ୍ଚଳରୁ ବରଯାତ୍ରୀ ଦଳ ବେଲପୁଞ୍ଜି ଗାଁକୁ ଆସିଥିଲେ । ଜଣେ ବ୍ୟକ୍ତିଙ୍କ ଗୋଡ଼ରେ ଓ ଜଣଙ୍କ ହାତରେ ୨ଟି ଲେଖାଏ ଗୁଳି ବାଜିଛି । ୨ ଗୁରୁତର ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁଳି ମାରିଥିବା ଓ ଆହତ ବ୍ୟକ୍ତି ବରପକ୍ଷର ହୋଇ ଥିବା ସୂଚନା ମିଳିଛି । ଗୁଳି ମାରିଥିବା ବ୍ୟକ୍ତି ଜଣଙ୍କ ବୌଦ୍ଧ ମନୋମୁଣ୍ଡା ଅଞ୍ଚଳର ସୂଚନା ମିଳିଛି । ଗୁଳି ଚାଳନାର କାରଣ ଅସ୍ପଷ୍ଟ ରହିଛି । ଆଠମଲିକ ପୋଲିସର ଛାନଭିନ ଜାରି ରହିଛି ।



