Breaking PLUSଦେଶମୁଖ୍ୟ ଖବର

ଖୋଲିଲା କେଦାରନାଥ ଧାମର ଦ୍ୱାର

କେଦାରନାଥ -ଖୋଲିଲା କେଦାରନାଥ ଧାମର ଦ୍ୱାର । କେଦାରନାଥ ଧାମର ଦ୍ୱାର ଆଜି ସକାଳ 8ଟାରେ ନିର୍ଦ୍ଧାରିତ ଲଗ୍ନାନୁସାରେ ବିଧି-ବିଧାନ ଓ ପୂଜା-ଅର୍ଚ୍ଚନା ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯାଇଛି। ଏହି ଅବସରରେ ମନ୍ଦିରକୁ ପ୍ରାୟ 51 କ୍ୱିଣ୍ଟାଲ ଫୁଲରେ ସଜାଯାଇଛି।

ଦେଶ-ବିଦେଶରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ଅବସରରେ ଉପସ୍ଥିତ ରହିଛନ୍ତି। କବାଟ ଖୋଲିବାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ପୂଜାରେ ଯୋଗଦେଇଥିଲେ। ବାବା କେଦାରଙ୍କ ଡୋଲୀ ମଙ୍ଗଳବାର ସନ୍ଧ୍ୟାରେ ଗୌରୀକୁଣ୍ଡରୁ କେଦାରନାଥ ଧାମରେ ପହଞ୍ଚିଥିଲା।

କେଦାରନାଥ ଧାମର ଦ୍ୱାର ଖୋଲିବା ସହିତ ସମଗ୍ର ଧାମ “ହର-ହର ମହାଦେବ” ଧ୍ୱନିରେ ଗୁଞ୍ଜରିତ ହୋଇଉଠିଥିଲା। ଏହା ସହିତ କେଦାରନାଥ ଯାତ୍ରାର ଶୁଭାରମ୍ଭ ହୋଇଥିଲା।

 

Show More

Related Articles

Back to top button