Breaking PLUSଦେଶମୁଖ୍ୟ ଖବର

ସୈଫ୍‌ ଅଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ୩ ସନ୍ଦିଗ୍ଧ ଅଟକ

ମୁମ୍ବଇ: ବଲିଉଡ଼ ଅଭିନେତା ସୈଫ୍‌ ଅଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ୩ ସନ୍ଦିଗ୍ଧଙ୍କୁ ଅଟକ କରିଛି ପୁଲିସ। ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି। ଅଟକ ଥିବା ୩ ସନ୍ଦିଗ୍ଧ ଅଭିନେତାଙ୍କ ଘରର କର୍ମଚାରୀ ବୋଲି କୁହାଯାଉଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବଇର ବାନ୍ଦ୍ରା(ପଶ୍ଚିମ)ସ୍ଥିତ ତାଙ୍କ ଘରେ ଡକାୟତି ଉଦ୍ୟମରେ ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଖବର ଅନୁଯାୟୀ, ଘରର ସହାୟିକା ପ୍ରଥମେ ଚୋରଙ୍କୁ ଦେଖିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଯେତେବେଳେ ଅଭିନେତା ଆସି ସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଚୋର ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରିଥିଲା

Show More

Related Articles

Back to top button