ଅପରାଧଓଡ଼ିଶାମୁଖ୍ୟ ଖବର

ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ: ଯୁବକ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଆମ୍ବାଗୁଡ଼ାରେ ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ ଅଭିଯୋଗରେ ଜୟପୁର ସଦର ପୋଲିସ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବୋରିଗୁମ୍ମା ଥାନା ଅଧୀନ ଡଙ୍ଗରା ଗ୍ରାମର ମନୋଜ ଦିସାରୀ।

ପୋଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୨ ତାରିଖ ରାତିରେ ଆମ୍ବାଗୁଡ଼ା ଫାଣ୍ଡିର ଏଏସ୍‌ଆଇ ସୁଶାନ୍ତ କୁମାର ଜେନା ପାଟ୍ରୋଲିଂ କରୁଥିବା ସମୟରେ କୋରାପୁଟ ଡିସିସିରୁ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ସମ୍ପର୍କରେ ସୂଚନା ପାଇଥିଲେ। ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ପୋଲିସକୁ ମିଳିଥିଲା।

ସୂଚନା ପାଇବା ପରେ ପୋଲିସ ତୁରନ୍ତ ଏଟିଏମ୍‌ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ସେତେବେଳକୁ ସନ୍ଦିଗ୍ଧ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସିସିଟିଭି ଫୁଟେଜ୍‌ରେ ମୁହଁରେ କଳା କପଡ଼ା ବାନ୍ଧି ଜଣେ ବ୍ୟକ୍ତି ଲୁହା ରଡ୍‌ ସାହାଯ୍ୟରେ ଏଟିଏମ୍‌ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଦେଖାଯାଇଥିଲା।

ଫୁଟେଜ୍‌ ଓ ଅନ୍ୟାନ୍ୟ ସୂତ୍ର ଆଧାରରେ ତଦନ୍ତ ଚଳାଇ ପୋଲିସ ମନୋଜଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ତାଙ୍କ ନିକଟରୁ ଏଟିଏମ୍‌ ଭାଙ୍ଗିବାରେ ବ୍ୟବହୃତ ଏକ ଲୁହା ରଡ୍‌ ଓ ସ୍କ୍ରୁଡ୍ରାଇଭର ଜବତ କରାଯାଇଛି। ପରେ ମନୋଜଙ୍କୁ କୋର୍ଟରେ ହାଜର କରାଯାଇଥିବା ଜୟପୁର ସଦର ଥାନା ଆଇଆଇସି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Show More

Related Articles

Back to top button