Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଚୌଦ୍ବାର ଜେଲ ଫେରାର୍ କେସ୍‌ରେ ବଡ଼ ସଫଳତା: ରାଜା ସାହାଣୀ ଋଷିକେଶରୁ ଗିରଫ

କଟକ: ଚୌଦ୍ବାର ସର୍କଲ ଜେଲରୁ ଫେରାର୍ ହୋଇଥିବା କଏଦୀ ରାଜା ସାହାଣୀକୁ ଶେଷରେ ପୋଲିସ ଗିରଫ କରିଛି। ବିହାରର ବାସିନ୍ଦା ରାଜା ସାହାଣୀକୁ ଉତ୍ତରାଖଣ୍ଡର ଋଷିକେଶରୁ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଧରିଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଏହି ଘଟଣାରେ ଅନ୍ୟ ଜଣେ ଫେରାର୍ କଏଦୀ ମଧୁକାନ୍ତ ରାଣାକୁ ଉତ୍ତରପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଦୁହେଁ ଦଶହରା ଅବସରରେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ।

ପୋଲିସ ସୂଚନା ଅନୁସାରେ, ମଧୁକାନ୍ତ ଓ ରାଜା ପ୍ରାୟ ୨୫ରୁ ୩୦ ଦିନ ଧରି ଯୋଜନାବଦ୍ଧ ଭାବେ ସେଲର ଗ୍ରିଲ କାଟିଥିଲେ। ଶେଷରେ ଦଶହରା ରାତିରେ ସେଲରୁ ବାହାରି କମ୍ବଳ, ଚାଦର ଓ ଲୁଙ୍ଗିକୁ ଦୋରିରେ ପରିଣତ କରି ଜେଲ ପାଚେରୀ ଡେଇଁ ପଳାଇଥିଲେ।

Show More

Related Articles

Back to top button